ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର

ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Essay Utkaliya Sanskrutire Naribada (ଉତ୍କଳୀୟ ସଂସ୍କୃତିରେ ନାରୀବାଦ) by Snigdhalaxmi Priyadarsini Mohapatra

ଉତ୍କଳୀୟ ସଂସ୍କୃତିରେ ନାରୀବାଦ

ଆମ ଉତ୍କଳୀୟ ସଂସ୍କୃତିରେ ନାରୀବାଦ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ନାରୀବାଦ ଯୁଗେ ଯୁଗେ ରହି ଆସିଛି, ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ । ଭାରତୀୟ ସଂସ୍କୃତିରେ ନାରୀଙ୍କୁ ସର୍ବଦା ଉଚ୍ଚରେ ସ୍ଥାନିତ କରାଯାଇଛି ଆଉ ଆମ ଉତ୍କଳରେ ତ ନାରୀବାଦକୁ ନେଇକି ହିଁ ମାଣବସା ଗୁରୁବାର ଓଷା ପାଳନ କରାଯାଉଛି । ମାଣବସା ଗୁରୁବାରର ମହତ୍ତ୍ୱ ପୂର୍ବକାଳରୁ ଆସିଛି । ନାରୀମାନେ ଏ ଓଷାକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରଥାନ୍ତି । ଆଦିଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ଅନ୍ୟତମ,…

ଅଧିକ ପଢ଼ନ୍ତୁ
Odia Festival Nuakhai (ନୂଆଖାଇ) by Snigdhalaxmi Priyadarsini Mohapatra

ନୂଆଖାଇ

କଥାରେ କୁହନ୍ତି, ଓଡ଼ିଶାରେ ବାରମାସରେ ତେର ପର୍ବ । ସତରେ ଆମ ପର୍ବପର୍ବାଣୀ ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା ପର୍ବପର୍ବାଣୀର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର ସହ ଆମେ ପାଳନ କରିଥାଉ । ଏହିସବୁ ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରୁ ନୂଆଖାଇ (Nuakhai) ଖୁବ୍ ପ୍ରସିଦ୍ଧ । ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ନୂଆଁଖାଇ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି…

ଅଧିକ ପଢ଼ନ୍ତୁ
Rajaswala (ରଜସ୍ୱଳା) by Snigdhalaxmi Priyadarsini Mohapatra

ରଜସ୍ୱଳା

“The Period is a natural phenomenon for the purification of our body’s excursive elements.” ଓଃ କି କଷ୍ଟ, ମନେ ମନେ କେତେ ଯେ ରାଗ, ଦୟା ନିଜ ଉପରେ ଆସୁଛି । ବେଳେବେଳେ ଭାବିଲା ବେଳକୁ ଲାଗୁଛି କାହିଁକି ଝିଅ ହଉଥିଲି କେଜାଣି, ଏତିକି ଭାବିଲା ବେଳକୁ ଟୋପା ଲୁହରେ ତକିଆ ଓଦା ହେଇଯାଏ ଆଉ ଗୋଟିଏ ତକିଆକୁ ପେଟ ତଳେ ତକିଆକୁ ଜାକି ଶୋଇବାକୁ ପଡ଼ିଥାଏ । ଏମିତିରେ କ’ଣ ବା କରିହେବ,…

ଅଧିକ ପଢ଼ନ୍ତୁ
Mo Hati Tiari Chakuli (ମୋ ହାତ ତିଆରି ଚକୁଳି) by Snigdhalaxmi Priyadarsini Mohapatra

ମୋ ହାତ ତିଆରି ଚକୁଳି

ଛୋଟବେଳୁ ଚକୁଳି ପିଠା (Chakuli Pitha) ମୋର ଭାରି ପସନ୍ଦ । ସରୁ ସରୁ ଚକୁଳି ସହ ଆଳୁ ମଟର ତରକାରୀ । ଆହାଃ ! ଭାବିଲେ ପାଟିରୁ ଲାଳ ବାହାରି ଆସେ । ପିଠା ହେଲେ ବହୁତ ଖୁସି ମୁଁ । କ’ଣ କରିବା ଖାଇବା ପ୍ରତି ଟିକେ ଦୁର୍ବଳ ମୁଁ । ଘରେ ଯାହା ବି ଖାଇବା ଜିନିଷ ରୋଷେଇ ହେଉ ମୋତେ ଆଗ ଦିଆ ଯିବ କି ଚାଖିବା ପାଇଁ । ସେଦିନର କଥା, ମୁଁ କଲେଜ ଯାଇଥାଏ ସକାଳୁ ଆସିଲା ବେଳକୁ…

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମା') for Mother's Day by Snigdhalaxmi Priyadarsini Mohapatra

ମୋ ମା’

ନା ମୋତେ ଜହ୍ନ ଦରକାର ନା ମୋତେ ତାରା ଦରକାର ନା ମୋତେ ସୁନା, ରୂପା, ହୀରା ମୋତି ମାଣିକ ଦରକାର କେବଳ ମୋତେ ମୋ ମା’ ଦରକାର । ଅତୁଟ ବନ୍ଧନର ଜ୍ୱଳନ୍ତ ଉଦାହରଣ ସେ ଏକ ସୁନ୍ଦର ଶବ୍ଦର ଚରିତାର୍ଥ ସେ ମମତାର ଧାର ସ୍ନେହର ଭଣ୍ଡାର । ମା… ଆଜି ମା’ ବିଷୟରେ କ’ଣ ଲେଖିବି ମା’ ତ ନିଜେ ମୋତେ ଲେଖିବା ଶିଖେଇଛି… – ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ରସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ…

ଅଧିକ ପଢ଼ନ୍ତୁ