ଶୁଭମ ବେହେରା

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Banchibaku Mate Bhaya Laguchi (ବଞ୍ଚିବାକୁ ମୋତେ ଭୟ ଲାଗୁଛି) by Subham Behera

ବଞ୍ଚିବାକୁ ମୋତେ ଭୟ ଲାଗୁଛି

ଦଇବ ସାଜିଛି କାଳ ବୈଶାଖୀ ସମୟ ହସୁଛି ନିଜକୁ ଦେଖି ॥ ଭାଇ ତ ସାଜିଲା ଭାଇରୁ ଭଗାରୀ ଛିଡ଼ିଗଲା ଆଜି ସମ୍ପର୍କର ଡୋରି ॥ କିଏ ତ କାହାକୁ ଜିତେଇବା ପାଇଁ ନିଜେ ସଜ କରେ ନିଜ ପାଇଁ ଜୁଇ ॥ ଏମିତିକା ଭାବେ ତା’ର ଦିନ ବିତୁଛି ବଞ୍ଚିବା ପାଇଁ ମୋତେ ଭୟ ଲାଗୁଛି ॥ ସମୟ ନଈରେ ସବୁ ଭାସିଯାଏ ପଛକୁ ଚାହିଁଲା ବେଳକୁ କିଛି ତ ନଥାଏ ॥ ଆଜି ଯେ…

ଅଧିକ ପଢ଼ନ୍ତୁ
Odia Story Riksabala (ରିକ୍ସାବାଲା) by Subham Behera

ରିକ୍ସାବାଲା

ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି । ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍‌ରେ…

ଅଧିକ ପଢ଼ନ୍ତୁ
Aji Swadhinata Dibasa

ଆଜି ସ୍ୱାଧୀନତା ଦିବସ

ଉଠ ଉଠ ହେ ନବ ଯୁବକମାନେ ଜାଗ୍ରତ ଟିକିଏ ହୁଅ, ଦେଖ ସ୍ୱାଧୀନତା ଧ୍ୱନି ଶୁଭିଲାଣି ବାପୁଙ୍କୁ ମନେ ପକାଅ ॥ ଏକା ଏକା ସିଏ ସଂଗ୍ରାମ କରିଲେ ଦେଶକୁ କଲେ ସ୍ୱାଧୀନ, ହିଂସା ଦୂରେଇ ଅହିଂସା ଆପଣେଇ ଆମକୁ କଲେ ସ୍ୱାଧୀନ ॥ ଆଜି ସେହି ପବିତ୍ର ଦିବସ ଆସିଛି ତାଙ୍କୁ ମନେ ପକାଇବା, ତାଙ୍କ ଭଳି ନହୋଇପାରିବା ଆମେ କିଛି ନୀତିକୁ ମାନିବା ॥ ସତରେ ଆମେ କ’ଣ ସ୍ୱାଧୀନ?? ଦେଶକୁ ସ୍ୱାଧୀନତା ଆଣିଦେଲେ…

ଅଧିକ ପଢ଼ନ୍ତୁ
Janha Dakuchi Aa

ଜହ୍ନ ଡାକୁଛି ଆ

ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେହି ଗରିବ ପରିବାର ମଧ୍ୟରେ ଗୋଟେ ଝିଅ ଆଉ ତା’ର ବିଧବା ମାଆ । ଝିଅଟିର ନାମ ପୂର୍ଣ୍ଣିମା ଏବଂ ତା’ର ବିଧବା ମାଆଙ୍କ ନାମ କୁନ୍ତଳା ଦେବୀ । ସେମାନେ ଦୁଇଜଣ ବାସ କରୁଥିଲେ । ଏବଂ ମା’ କୁନ୍ତଳା ଦେବୀ ଜଣେ ଧନୀ ଲୋକ ଘରେ ରହି ପାଇଟି କରିକି ଜୀବନ ନିର୍ବାହ କରନ୍ତି । ପୂର୍ଣ୍ଣିମାର ବୟସ ୪ ବର୍ଷ ହୋଇଥାଏ…

ଅଧିକ ପଢ଼ନ୍ତୁ
Jaga Pakhaku Chithhi

ଜଗା ପାଖକୁ ଚିଠି

ଚିଠି ଲେଖୁଛି ମୁଁ ଜଗା ପାଖକୁ ହେୟ ନଭାବିବୁ ମୋ ଚିଠିକୁ ॥ ଯେତେ ସବୁ ଦୁଃଖ ଅଛି ଏ ଜୀବନେ ଗୋଟି ଗୋଟି କରି ଲେଖିଛି ଏଥିରେ ॥ ଥରେ ମୋ ଚିଠିକୁ ପଢ଼ି ତୁ ନେବୁ ଜଗତ ସବୁ ଦୁଃଖ ହରଣ କରିବୁ ॥ ଏବେ ଏବେ ହୋଇଗଲା ଆମ କଲେଜ ଛୁଟି ପାଠ ସବୁଗୁଡ଼ା କାହାଠାରୁ ବୁଝିବି ନୀତି ॥ ଅନ୍‌ଲାଇନ୍‌ରେ ପାଠ ପଢ଼ିହେଉନି ଘରକୁ ମୋର ନେଟ୍ ପାଉନି ॥ କରୋନା…

ଅଧିକ ପଢ଼ନ୍ତୁ