ସରୋଜ କୁମାର ସାହୁ

ସରୋଜ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Hajigalani Se Dina (ହଜିଗଲାଣି ସେ ଦିନ) by Saroj Kumar Sahoo

ହଜିଗଲାଣି ସେ ଦିନ

ନାହିଁ ସେ ଅଗଣା ନାହିଁ ଚାଳଘର ଗାଈ ଗୋବରର ଲିପା ଛପିଗଲାଣି ସେ ମାଟିକାନ୍ଥ ଝୋଟି ହାତେ ମଞ୍ଜୁଆତି ଟିପା । ବାଜୁନାହିଁ କାନେ ସଞ୍ଜସକାଳର କୋଇଲିର କୁହୂତାନ ପାହନ୍ତିସକାଳେ କୁକୁଡ଼ା ଡାକର ହଜିଲାଣି ସେହି ଦିନ । ବାନ୍ଧୁନି ଗଛରେ ବୁଢ଼ିଆଣୀ ଜାଲ ଦିଶୁନାହିଁ ଅସରପା ରାସ୍ତାକଡ଼ର ସେ ନାହିଁ ତାଳବଣ ବାଇଚଢ଼େଇଟି ଖପା । ଗାଁମୁଣ୍ଡର ସେ ଗୋଚର ଜମିରେ ଚରୁନାହିଁ ଗାଈପଲ ନାହିଁ ଥଟ୍ଟାମଜ୍ଜା ରାଜାରାଣୀ ଗପ ଜେଜେମା’ର ମିଠାଗେଲ । ଗାଇଆଳ…

ଅଧିକ ପଢ଼ନ୍ତୁ
Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ ରିମିଝିମି ଗୀତ ଗାଇ ତମେ ଭିଜୁଥାଅ ଭାବନା ଭିତରେ ମିଠା ଶିହରଣ ପାଇ । ସତ ପରି ଲାଗେ ହୃଦୟର ଛବି ତମେଅଛ ବୋଲି ପାଶେ, ରାତିର ସପନ କରି ଝିଲିମିଲି ପଲକରେ ମୁହଁ ଦିଶେ । ମନ ଉଡ଼ିଯାଏ ଶୀତଳ ପବନେ ବାହୁ ବନ୍ଧନକୁ ଖୋଲି, ଅସୁମାରୀ ଆଶା ମନତଳେ ରହି କ୍ଷଣିକରେ ଯାଏ ଭୁଲି । – ସରୋଜ କୁମାର ସାହୁ ସରୋଜ କୁମାର ସାହୁସରୋଜ କୁମାର ସାହୁ…

ଅଧିକ ପଢ଼ନ୍ତୁ
Odia Poem Chhada Rumal (ଛଡ଼ା ରୁମାଲ) by Saroj Kumar Sahoo

ଛଡ଼ା ରୁମାଲ

ଜାଣତରେ ନା ଅଜାଣତରେ ଲାଇବ୍ରେରୀର ପଛ ସିଟରେ ଛାଡ଼ି ଆସିଥିବା ରୁମାଲକୁ ଫେରାଇଲାବେଳେ, ଅଜାଡ଼ି ଦେଇଥିବା ଲାଜ ସବୁକୁ ସଯତ୍ନରେ ସାଉଁଟି ନେଇଥିଲି ମୋର ଅଣଓସାରିଆ ଛାତି ପକେଟରେ । ସେବେଠୁ ଦେହସାରା ଶିହରଣର ବାସ୍ନା, ଶରୀରର ପ୍ରତିଟି ଲୋମକୂପରେ ତୋଳି ସାରିଲାଣି ନଅର, ସତେଜ ହେଲାଣି ମଉଳା ଗଛର ଫୁଲ, ପବନକୁ ଅଳିକରି ବଦଳେଇଲାଣି ତା’ର ବାସ୍ନା, ସେଇଥିପାଇିଁ ତ ଜହ୍ନରାତି ହାତପାହାନ୍ତାରେ ଏବେଏବେ ରଚିଲାଣି ଶୃଙ୍ଗାର । ରାତି ଆଉ ସ୍ୱପ୍ନ ମଝିରେ ଫେରାର୍…

ଅଧିକ ପଢ଼ନ୍ତୁ
Odia Poem Sandhya Paribesha (ସନ୍ଧ୍ୟା ପରିବେଶ) by Saroj Kumar Sahoo

ସନ୍ଧ୍ୟା ପରିବେଶ

କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ ଗାଇଗୋଠ ସାଥେ ଧୂଳି, ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ ଶାବକର ସାଥେ ଖେଳି । ପାହାଡ଼ କୋଳରେ ସୂରୁଜ ଲୁଚଇ ରକ୍ତିମ ଆଭାର ବେଶେ, ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ କ୍ଷଣିକରେ ମନ ତୋଷେ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଗଣେ ଶୁଭେ ଶଙ୍ଖନାଦ ଧ୍ୱନି, ହୋଇଣ ଏକତ୍ର କରନ୍ତି ପ୍ରାଥର୍ନା ଗରୀବ କି ଅବା ଧନୀ । ଘର ଅଗଣାର ବୃନ୍ଦାବତୀ ମୂଳେ କୂଳବଧୂ ଜାଳି ଦୀପ, ଶୁଭ ମନାସଇ…

ଅଧିକ ପଢ଼ନ୍ତୁ
Odia Poem Mati Kantha (ମାଟିକାନ୍ଥ) by Saroj Sahoo

ମାଟିକାନ୍ଥ

ମାଟିକାନ୍ଥ ମୋର ଲାଗଇ ସୁନ୍ଦର ଗାଏ ଅତୀତର ଗାଥା ପୂନେଇ ପରବ ଅବା ଶୁଭଦିନେ ପଡ଼ୁଥିଲା ଝୋଟିଚିତା । ଭାସି ବୁଲୁଥିଲା ମାଟିର ମହକ ଗୋବରରେ ଭରା ଦେହ ସହି ଅଛି ସିନା ଦୁଃଖର ଯନ୍ତ୍ରଣା ଢାଳିନାହିଁ ଟୋପେ ଲୁହ । ଖରା ବରଷାକୁ ସହିଛି ଆନନ୍ଦେ ପରିବାର ଖୁସି ପାଇିଁ ଛାଇପରି ସଦା ରହିଅଛି ଜଗି ମୁରବୀର ହାତ ନେଇ । ହସକାନ୍ଦ ସବୁ ଦେଖିଛି ଆମରି ତଥାପି ରୁଷିନି ଥରେ ପିଲାବେଳ ସହ ଯୌବନ…

ଅଧିକ ପଢ଼ନ୍ତୁ