ପଳାଶ
ସେ ଅସ୍ପୃଶ୍ୟ, ଅଲୋଡ଼ା ତଥାପି ଫୁଟେ ପ୍ରତି ଫଗୁଣରେ ଜୀବନରେ ଟିକିଏ ରଙ୍ଗ ମାଖିବାକୁ । ଜାଣେ ସେ ଅଲୋଡ଼ା, ଅସ୍ପୃଶ୍ୟ, କିନ୍ତୁ ସେ ଫୁଟେ ନିଜସ୍ୱ ଭଙ୍ଗୀରେ, ନିଜସ୍ୱ ଠାଣୀରେ, ଖୁବ ଉଲ୍ଲାସରେ ମାଦକତା ଭରି ଉଛ୍ୱାସରେ, ସ୍ରଷ୍ଟାଙ୍କ ଇଙ୍ଗିତରେ, ଭରି ଦେବା ପାଇଁ ରଙ୍ଗ ତାଙ୍କରି ସୃଷ୍ଟିରେ । ଜୀବନ ଓ ଯୌବନର ପରିସୀମାର ଉର୍ଦ୍ଧ୍ୱରେ, ଚିନ୍ମୟ ସତ୍ତାର ପରିପ୍ରକାଶ ପାଇଁ ଚେତନା ଓ ଚିନ୍ତନ ସବୁଠି ଭରି ଦେବା ପାଇଁ ଚିନ୍ମୟତ୍ୱର ରଙ୍ଗ…