କାକର
ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି… ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ ନୀଳ ଆଖି !! ଅବଶ ମୁଁ, ଜଡ଼େଇ ଝରୁଛି ଟୋପା ଟୋପା… ନିଚ୍ଛକ ପ୍ରବଣତାର ଏ ଅଶ୍ରୁ, ଏବେ ସଜାଇଛି ! ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ, ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି…