ସଙ୍ଘମିତ୍ରା ମହାପାତ୍ର

ସଂଘମିତ୍ର ମହାପାତ୍ର ଜଣେ ଗବେଷକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।

Mrutyu Saha Alapa

ମୃତ୍ୟୁସହ ଆଳାପ

ବିଷ୍ଣୁମୋହନ ମିଶ୍ରଙ୍କ ଅନ୍ତିମ ସମୟ ଏତେ ଶୀଘ୍ର ପାଖେଇ ଆସିବ ବୋଲି କେହି ବିଶ୍ୱାସ କରୁପାରୁନଥାନ୍ତି । ସପ୍ତାହେ ପୁର୍ବରୁ ଏକ ଦାମି ଘରୋଇ ହସ୍ପାତାଳରେ ହୃଦଘାତ ରୋକିବା ଲାଗି ବହୁମୁଲ୍ୟର ଅସ୍ତ୍ରୋପଚାର କରାହେଇଥିଲା । ଲକ୍ଷ ଲକ୍ଷ ଟଙ୍କା ପାଣିରେ ଭସେଇ ମନସ୍କାମନା ପୂରଣ କଲାପରି ଟଙ୍କା ଖର୍ଚ୍ଚ ହେଇଛି ସେଥିରେ । ପୁଅବୋହୂ ଝିଅଜ୍ଵାଇଁ ସବୁ ଲାଗିପଡ଼ିଛନ୍ତି ତାଙ୍କ ପଛରେ । କିନ୍ତୁ ଡାକ୍ତର କହୁଛନ୍ତି ବଞ୍ଚିବା ଆଶା କମ୍ । ଦେହ ମୁଣ୍ଡ…

ଅଧିକ ପଢ଼ନ୍ତୁ
ଏକା ତୋ ଭକତ ଜୀବନ

ଏକା ତୋ ଭକତ ଜୀବନ

ବାପାମାଆ ଆଉ ଜେଠେଇ ହଠାତ ଅଁଳା ନବମୀରେ ଆମ ଘରକୁ ଆସିବାର ଥାଏ । – “ଅଁଳା ନବମୀ ଦିନ ବାପାମାଆ ଆସୁଛନ୍ତି ।” – “ଆଛା, ଏକା ଆସିବେ ନା କ’ଣ?” “ନା ନା, ମିକୁନ ଗାଡ଼ି ନେଇ ଆସୁଛି । ମାଆଙ୍କର ବଡ଼ଓଷା ବ୍ରତ ଉଜ୍ଜାପନ କରିବାର ଅଛି ତ, ସେଇପାଇଁ ସମସ୍ତେ ଆସିବେ ।” ସ୍ୱାମୀ ଯଦିଓ ମୋ ଘର ଲୋକଙ୍କ ସହ ଖୁବ ମେଳାପୀ କିନ୍ତୁ ମୋ ଘର ଲୋକ ଆସିଲେ…

ଅଧିକ ପଢ଼ନ୍ତୁ
anubhuti

ଅନୁଭୂତି

ଅନୁଭୂତି ଆମ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଂଶ । ଆମ ଦୈନନ୍ଦିନ ଜୀବନର ଅଙ୍ଗେନିଭା କଥା ସବୁ କେତେବେଳେ ଅନୁଭୂତିରେ ପରିଣତ ହେଇଯାଏ । ସେ ଅନୁଭୂତିଟି ଭଲ ବି ହେଇଥାଇପରେ କିମ୍ବା କଷ୍ଟଦାୟକ ମଧ୍ୟ ହେଇଥାଇପାରେ । କିନ୍ତୁ ଅନୁଭୂତି ଆମକୁ ବହୁତ କିଛି ଶିକ୍ଷା ଦେଇଯାଏ । ଅନୁଭୂତି ଯେ କେବଳ ଆମେ ଭୁଲ କଲେ ପାଇଥାନ୍ତି ତାହା ନୁହେଁ, ଏହା ସୁଖରେ ମଧ୍ୟ ମିଳେ । କିଛି ଅନୁଭୂତି ଥାଏ ଯାହାକୁ…

ଅଧିକ ପଢ଼ନ୍ତୁ
pishacunira-atmagatha

ପିଶାଚୁଣୀର ଆତ୍ମଗାଥା

ସହରଠାରୁ ଚାଳିଶି କିଲୋମିଟର ଦୂରରେ ମଧୁପୁରର ଥାନାରେ ବସି, ଗୁନୁ ଅପେକ୍ଷା କରିଛି ଥାନା ଅଧିକାରୀ ବଂଶୀଧର ମହାନ୍ତିଙ୍କୁ । “ବାବୁ ଆଇବେ ନା ଆଜି?” ଗୁନୁ ପଚାରିଲା ଥାନା କନେଷ୍ଟବଳ ସାହୁବାବୁଙ୍କୁ । ହଁ ଅଭିପ୍ରାୟରେ ମୁଣ୍ଡ ଟୁଙ୍ଗାରିଦେଲେ ସାହୁବାବୁ । ପାଖାପାଖି ଛଅ ଘଣ୍ଟା ଯାଏଁ ଅପେକ୍ଷା କରିରହିଲା ଗୁନୁ । ଥାନା ଅଧିକାରୀ ମହାନ୍ତି ବାବୁ ଆସି ପହଞ୍ଚିଗଲେ, ଗୁନୁ ତାଙ୍କୁ ଦେଖୁ ଦେଖୁ ବଡ଼ ନମସ୍କାରଟେ ମାରିଦେଲା । ମହାନ୍ତି ବାବୁ…

ଅଧିକ ପଢ଼ନ୍ତୁ