ରାଜେଶ୍ୱରୀ ପଣ୍ଡା

ରାଜେଶ୍ୱରୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tuma Bina (ତୁମ ବିନା) by Rajeswari Panda

ତୁମ ବିନା

ତୁମ ସାଥେ ଦିନେ ଖେଳୁଥିଲି ହୋଲି ପାଳୁଥିଲି ଦୀପାବଳୀ, ଫଗୁଣରେ ଦୁହେଁ ଭିଜୁଥିଲେ ଆମେ ରଙ୍ଗ ହୋଇ ବୋଳାବୋଳି ॥ ଫଗୁ ରଙ୍ଗକୁ ସିନ୍ଥିରେ ମୋ ଭରି କହୁଥିଲ ତୁମ ବଧୂ, ମିଛ ବଧୂ ସାଜି ଭାବୁଥିଲି ଦିନେ ପାଇଗଲି ସୁଖ ସିନ୍ଧୁ ॥ ସତ ମିଛ କିଛି ଦିଶୁତ ନଥିଲା ତୁମ ପ୍ରେମେ ଅନ୍ଧ ଥିଲି, ସବୁକଥା ତୁମ ସତ ଲାଗୁଥିଲା ସତ ବଧୂ ସାଜିଗଲି ॥ ତୁମ ଅଗଣାରେ ଚାଲୁଥିଲି ଦିନେ ପୂଜୁଥିଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Shramika Bhai (ଶ୍ରମିକ ଭାଇ) by Rajeswari Panda for Labour's day

ଶ୍ରମିକ ଭାଇ

ଦେଶର ଆର୍ଥିକ ସ୍ଥିତିର ମୂଳଦୁଆ ଅଟଇ ଶ୍ରମିକ ଭାଇ, ତା’ ପାଇଁ ହୁଅଇ ଦେଶର ଉନ୍ନତି ତା’ ପରି ଆଉ କେ ନାହିଁ । କେହିତ ବୁଝେନା ତାହାରି ବେଦନା ଆମୋଦେ ଥାଇ ପାଗଳ, ଜଗତ କଲ୍ୟାଣ କରିବା ପାଇଁ ସେ ବୁହାଏ କେତେ ଯେ ଝାଳ । ନିଜ ପାଇଁ ତା’ର ନଥାଏ ନଜର କର୍ମ ତା’ର କରିଚାଲେ, ନୀରବେ ଗୋପନେ ଝରାଏ ସେ ଲୁହ କେବେ କେବେ କଷ୍ଟ ହେଲେ । ଲହୁ ଲୁହ…

ଅଧିକ ପଢ଼ନ୍ତୁ
He Gandhi - Odia Poem by Rajeswari Panda

ହେ ଗାନ୍ଧୀ

ହେ ଗାନ୍ଧୀ ତୁମେ ଆଜି ନାହଁ ସତ, ଆଜିବି ତୁମକୁ ଝୁରୁଛି ଜଗତ ॥ ତୁମ ବଜ୍ରବାଣୀ ଏବେବି ସ୍ପନ୍ଦିତ, ଜାତୀୟ ଆତ୍ମାରେ ଚିର ଉଜ୍ଜୀବିତ ॥ ଏ ମାଟି ତୁମ ସ୍ମୃତିରେ ମହକିତ, ତୁମ କୀରତି ଇତିହାସେ ବର୍ଣ୍ଣିତ ॥ ତୁମ ଆହ୍ୱାନେ ଜାଗିଥିଲା ଭାରତ, ଇଂରେଜମାନଙ୍କୁ କରିଣ ଚକିତ ॥ ଅହିଂସା ଧର୍ମକୁ କରିଥିଲ ଅସ୍ତ୍ର, ସେହି ଅସ୍ତ୍ରେ ହେଲା ସ୍ଵାଧୀନ ଭାରତ ॥ ବିଖଣ୍ଡିତ ହେଲା ସ୍ଵାଧୀନ ଭାରତ, ଭାଙ୍ଗିଯାଇଥିଲା ତୁମରି ମନ…

ଅଧିକ ପଢ଼ନ୍ତୁ