ରାଜେଶ ରଥ

ରାଜେଶ ରଥ ଜଣେ ଓଡ଼ିଆ ଗାଳ୍ପିକ ତଥା କବି । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି, ଯାହାକି ଅନେକ ପତ୍ରପତ୍ରିକା ସ୍ଥାନ ପାଇଛି । ଗଞ୍ଜାମ ଜିଲ୍ଲାର ଆସ୍କାର ଅଧିବାସୀ ରାଜେଶ ପେଶାରେ ଜଣେ ଗଣିତ ଶିକ୍ଷକ ।

Odia Poem Atmiyatara Basna (ଆତ୍ମିୟତାର ବାସ୍ନା) by Rajesh Rath

ଆତ୍ମିୟତାର ବାସ୍ନା

ଯାହା କିଛି କ୍ଷଣ ଅଟକାଇ ଦିଏ ମୋ ଭିତରେ ଦୌଡ଼ୁଥିବା ଏକ ଦିଗହରା ବୟସକୁ ଧରେଇ ଦିଏ ହାତରେ ଏକ ତୂଳୀ ଆଙ୍କିବାକୁ କୁହେ ଏକ ଚିର ଇପ୍ସିତ ଅଫେରା ଋତୁକୁ… ଦେଖୁ ଦେଖୁ ମୁଁ ଅଙ୍କେ ଆଙ୍କେ ତୁମକୁ, ତୁମ ଉପସ୍ଥିତିର ପ୍ରିତୀ ପ୍ରାଣସ୍ପର୍ଶୀ ମୁହୂର୍ତ୍ତକୁ, ଆଉକିଛି ଦିଗନ୍ତ ବିସ୍ତାରି ତରୁଣ ସ୍ମୃତି ତାଜା ହୁଏ, ଫୁଟି ଉଠେ ମଗୁଶୁରିଆ କୁହୁଡ଼ିରେ ଭିଜା ଭିଜା କାନ କୁହା କଥା, ହାତ ଧରି ଭିଡ଼ି ନିଏ କେଉଁ…

ଅଧିକ ପଢ଼ନ୍ତୁ
Odia Poem Deba ki Anumati (ଦେବ କି ଅନୁମତି) by Rajesh Rath

ଦେବ କି ଅନୁମତି?

ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ କେତେଯେ ସାଗରର ଗଭୀରତା, କେତେ ଯେ ଅକୁହା ବେଦନାର ବାର୍ତ୍ତା, ସବୁ ସାଇତି ସେ ନୀରବ… ବୈରାଗୀ ପରି । ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ, କିନ୍ତୁ ତୁମ ଆଖିରେ ତ କାହାଣୀ । କାହିଁ କେତେ କାଳରୁ ଯେ ଆତୁରତା ପୂର୍ଣ୍ଣ ଅପେକ୍ଷା ତୁମର ସେହି ଛଳ ଛଳ ନେତ୍ରବିନ୍ଦୁର କଟାକ୍ଷ ଚାହାଣୀକୁ ହୃଦ କେନ୍ଦ୍ରରୁ ଏକ ଅହେତୁକ ଉନ୍ମାଦନା ଯେ ଶୁଣିବ…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Rajesh Rath

ସ୍ୱପ୍ନ

ସ୍ୱପ୍ନ ଯାହା କିଛିକ୍ଷଣ ଅଟକାଇ ଦିଏ ନିଦ୍ରାର ସ୍ଥିତିକୁ, ସ୍ୱପ୍ନ ଯାହା ପୁଣି ଜାଗୃତ କରେ ଅକିଞ୍ଚନ ପରିଦୃଷ୍ଟିକୁ, ସୃଷ୍ଟି କରେ ଏକ ଉନ୍ମାଦ ଓଜସ୍ଵିନୀତାର ନିର୍ଣ୍ଣାୟକ ପାରିଚର୍ଯ୍ୟାର ଭାବଧାରାକୁ । ସ୍ୱପ୍ନ ଯାହା ଆନ୍ଦୋଳିତ କରେ ବିରହ ବ୍ୟର୍ଥାନାର ସମ୍ମୋହିନକୁ, ସ୍ୱପ୍ନ ଯାହା ପୁନଶ୍ଚ ଆବିର୍ଭାବ କରେ ପ୍ରସନ୍ନ ତା’ର ପ୍ରିୟଦର୍ଶୀକୁ, ସ୍ୱପ୍ନ ଯେ କେତେବେଳେ କାଦମ୍ୱିନୀର ସ୍ମୃତିପତ୍ରକୁ ସାଉଁଟିଥାଏ, ତ କେତେବେଳେ ବସନ୍ତର ପତ୍ରଝଡ଼ାରେ ଆତ୍ମୀୟଙ୍କ ବିଲୀନ ହେବାର କୋହ ଭରିଦିଏ, କେତେବେଳେ ଯେ…

ଅଧିକ ପଢ଼ନ୍ତୁ
Utkala Dibasa - Odia poem by Rajesh Rath

ଉତ୍କଳ ଦିବସ

ଓଡ଼ିଆ ଅମେରେ ସବୁରି ଆଗରେ, ଉର୍ଦ୍ଧେ ଆମରି ମଥା । ଗରବେ କହିବା ଓଡ଼ିଆ ଆମେରେ ଓଡ଼ିଆ ମୋ ମାତୃଭାଷା । ଆମରି ଠାକୁର ଜଗତରନାଥ ନୀଳାଦ୍ରି ନୀଳାଚଳ, ସରଗେ ସେ ମହୋଦଧି ଉତ୍କଳ ଜନନୀର ପଦଧୌତ କରେ ସରିତ୍ ସେ ମହାନଦୀ । ଆମରି ମାଟିର ଭଞ୍ଜ ଗୋପବନ୍ଧୁ ଦାୟଦ ଆମେ ତାଙ୍କରି ବଜିଆ ରକତ ବହୁଛି ଏ ଦେହେ ହେବରେ କେ ଆମ ସରି । ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ ନୂଆଁଇଛି ତା’ର…

ଅଧିକ ପଢ଼ନ୍ତୁ