
ତୁମେ ଆସିଲେ
ମା’ ତୁମେ ଦୁର୍ଗତିନାଶିନୀ ତୁମେ ଆସିଲେ, ଅନ୍ଧାକାର ସରିବ ଆଲୋକ ଫିଟିବ ଦୁର୍ଗମ ଦୁର୍ଗତି ଦୂରେଇଯିବ । ନିର୍ଯାତିତର ପ୍ରତିଟି ନିର୍ଯାତନାର ତୁମେ ହିସାବ କରିବ । ତୁମକୁ କେମିତି ଆବାହନ କରିବୁ ମା’ କି ଉପହାର ଦେବୁ ! ତୁମେ ତ କାଶଫୁଲର, ସଫେଦ ଆକାଶର କମନୀୟ ଉପଲବ୍ଧି, ଶିଶିରଭିଜା ସକାଳର ଶ୍ରେଷ୍ଠ ପୂଣ୍ୟର, ସତ୍ୟର ଶକ୍ତି । ଏ ସୃଷ୍ଟିରେ, ଜଡ଼ ଜୀବରେ ତୁମେତ ଅଫୁରନ୍ତ ପ୍ରାଣବନ୍ତ ଚେତନାର ଛଳଛଳ ଭାବ । ଉର୍ଦ୍ଧ୍ୱଗାମୀ…