ପ୍ରଭାତ ବଳ

ପ୍ରଭାତ ବଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Saharaku Asilapare (ସହରକୁ ଆସିଲା ପରେ) by Pravat Bal

ସହରକୁ ଆସିଲା ପରେ

ସହରକୁ ଆସିଲା ପରେ ଶିଖିଗଲି କେମିତି ରାଜରାସ୍ତାର କଳା ଆସ୍ତରରେ ଗ୍ରାମ ପଥକୁ କବର ଦିଆଯାଏ ଅଣଓସାରିଆ ଧୂଳି ଧୂସର ରାସ୍ତାକୁ ଭୁଲି ମାର୍ବଲ ଚଟାଣରେ ପାଦ ରଖାଯାଏ । କେମିତି ସୁରମ୍ୟ ପ୍ରାସାଦର ଚିକ୍କଣ ପ୍ରାଚୀରକୁ ବିଦେଶୀ ରଙ୍ଗର ଚିତ୍ରରାଜି ଚମକାଏ । ବୋଉର ଝୁମ୍ପୁଡ଼ି କାନ୍ଥରେ ପିଠଉ ବଟା ଅଙ୍କାବଙ୍କା ଝୋଟି ଚିତା ସବୁ କ୍ଷଣକ ଭିତରେ ଲିଭିଯାଏ । କେମିତି ସାହେବମାନଙ୍କ ନୈଶ୍ୟ ଭୋଜିରେ ଦାମୀ ବ୍ୟଞ୍ଜନକୁ ବିଲାତ ଢଙ୍ଗରେ ଫୋପାଡ଼ନ୍ତି, ବସ୍ତିର…

ଅଧିକ ପଢ଼ନ୍ତୁ
Ananta Pratiksha

ଚାରୋଟି ଅନନ୍ତ ପ୍ରତୀକ୍ଷା

ପ୍ରତୀକ୍ଷା, ରକ୍ତ ରଞ୍ଜିତ ଅତୀତର ପ୍ରେମ ବିଭୂଷିତ ଭବିଷ୍ୟତକୁ, ରଞ୍ଜାଇବାକୁ ରଙ୍ଗିନ ଶ୍ରାବଣରେ, ନଧୋଇ ଆତଙ୍କ ରୁଧିରେ । ପ୍ରତୀକ୍ଷା, ଅର୍ଦ୍ଧଶୁଷ୍କ ନଦୀ ଧାରାର ଅମଳିନ ବୈଶାଖ ପରର ଅଷାଢ଼ୁଆ ବାରିଦକୁ, ସାଜି ତରଙ୍ଗାୟିତ ଉର୍ମି, ଲଙ୍ଘି ପଥ ମିଶିବାକୁ ସମୁଦ୍ର ବକ୍ଷରେ । ପ୍ରତୀକ୍ଷା, ପଥର ନିର୍ଜନତାକୁ କରି ବେଖାତିର କ୍ଲାନ୍ତ ବଟୋଇର ପ୍ରାନ୍ତ ପଥିକକୁ, ଭେଟ ହେଲେ ପାଶୋରିବ କେତେଯୁଗର ପଥଶ୍ରମ, ସାଥୀ ହେବ ଶେଷଯାଏ ଚାଲିବାକୁ । ପ୍ରତୀକ୍ଷା, ନିଶାର୍ଦ୍ଧରେ ଆତଙ୍କିତ ପ୍ରେୟାସୀର…

ଅଧିକ ପଢ଼ନ୍ତୁ
Au Nahi

ଆଉ ନାହିଁ

ତୁମର ସେ ଦୁର୍ବଳତା ଆଉ ନାହିଁ ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି, ତୁମର ସେ ବିହ୍ୱଳତା ଆଉ ନାହିଁ ବିତୃଷ୍ଣାରେ କଟେ ମୋର ରାତି । ତୁମର ଆଉ ସେ ଉଦ୍ଧାମତା ନାହିଁ ମୋ ନିରବତାର ମରୁଭୂମି ଉପରେ ଅସରାଏ ଧ୍ଵନି ହୋଇ ବର୍ଷିବାକୁ, ଆଉ ନାହିଁ ତୁମର ସେ ସଂଯମତା ଛିନ୍ନ କରି ମୋ ସଂଭ୍ରମତାର ଶିକୁଳୀ ଭେଟିବାକୁ ମୋ ନିନ୍ଦା ପରର ସତ୍ୟତା । ଆଉ କାହିଁ ଦେଖୁନି ତୁମଠି ସେ…

ଅଧିକ ପଢ଼ନ୍ତୁ
swapna-paripanthi

ସ୍ୱପ୍ନ ପରିପନ୍ଥୀ

ନିର୍ଭୀକତାର ମୁଖା ପିନ୍ଧି ନିର୍ଦ୍ୱନ୍ଦରେ ବିଚରଣ କରୁଥିବା ପାହାନ୍ତି ରାତ୍ରୀର ଅପରିପକ୍ଵ ସ୍ୱପ୍ନମାନେ, କିମ୍ପା ଭୟ ଦିନର ପ୍ରସ୍ତୁରିତ ଅବଧିକୁ? ଯଦି ବି ବିତିଯିବାକୁ ଚାହଁ ମୋ ଦରଭଙ୍ଗା ନିଦରେ ସର୍ତ୍ତୀଳ ଇଚ୍ଛାମାନଙ୍କର ଅଗଣାକୁ । ମନ ମୋର ଉତ୍ତରଳ ଅତି ପ୍ରଖର ତା’ ନିସ୍ତବ୍ଧର ଗତି । ତନ୍ମଧ୍ୟେ ବି ସତ୍ତାୟିତ ଅକପଟ ହୀନ କ୍ଷୀଣ ସ୍ୱପ୍ନର ପ୍ରସ୍ତୁତି । ମୁଁ କିନ୍ତୁ ନୁହେଁ ନିଶ୍ଚେଷ୍ଟ, ନୀରବ ସ୍ନାୟୁମାନେ ସବୁ ସାଜି ଅସ୍ଥାଣୁ ଅଣ୍ଟା ଭିଡ଼ନ୍ତି…

ଅଧିକ ପଢ଼ନ୍ତୁ
Pratikshita Pratyusha

ପ୍ରତିକ୍ଷୀତ ପ୍ରତ୍ୟୁଷ

ନିଶିର ନିଷିଦ୍ଧ ଇଲାକାରେ ଅହରହ ସ୍ୱପ୍ନମାନଙ୍କର କପଟତା, ଅସ୍ତବ୍ୟସ୍ତ ବର୍ତ୍ତମାନକୁ ସାଉଁଟି ଭବିଷ୍ୟତର ଭୟାବହତାକୁ ପ୍ରଦର୍ଶିତ କରିବାର ନିରନ୍ତର ପ୍ରୟାସ । ତନ୍ମଧ୍ୟରେ ତୁମର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ, ସତେ କେଉଁ ଚଳଚ୍ଚିତ୍ରର ମଧ୍ୟାନ୍ତରରେ ତମ୍ବାଖୁ ବିଜ୍ଞାପନ ପରି । ଅତିକ୍ରମ କରେ ଅତୀତ ମଧ୍ୟରାତ୍ରୀର ନିର୍ଜନତାରେ ମୋ ସ୍ୱପ୍ନର ଅପନ୍ତରା ଗଳି ଦେଇ । ଏପଟେ ଆଖିଠାରେ ବର୍ତ୍ତମାନ ପାହାନ୍ତିଆ ଉଷ୍ମତାରେ ଅତିଷ୍ଠ ମଶା ଧୂଆଁ ପିଇ ପିଇ । ଇତି ମଧ୍ୟେ ଆରମ୍ଭ ହୁଏ ସ୍ୱପ୍ନ…

ଅଧିକ ପଢ଼ନ୍ତୁ