ଯଦି କେହି କୁହନ୍ତା, କେମିତି ହୁଅନ୍ତା !
ତୁମ ବିନା, ଦୀପରେ ସେ ତେଜ ନାହିଁ, ତୁମ ବିନା, ବାଣରେ ସେ ରୋଷ ନାହିଁ, ତୁମେ ଯେବେ ପାଖେ ନାହଁ, ମନ କେମିତି ବା ମାନନ୍ତା ! ଯଦି କେହି କୁହନ୍ତା, କେମିତି ହୁଅନ୍ତା ! ନୂଆ ଡ୍ରେସ୍, ଅତର, କାନଫୁଲେ ସଜାସଜି, ଆଲୋକର ମେଘମାଳେ, ଅଳ୍ପ ଅଳ୍ପ ଭିଜାଭିଜି ତୁମେ ଯେବେ ପାଖେ ନାହଁ, ଏ ସବୁରେ ପ୍ରୀତି କିବା ଆସନ୍ତା ! ଯଦି କେହି କୁହନ୍ତା, କେମିତି ହୁଅନ୍ତା ! କୋଳାହଳ ଭିଡ଼…