ପ୍ରମୋଦ କୁମାର ବିଶ୍ୱାଳ

ପ୍ରମୋଦ କୁମାର ବିଶ୍ୱାଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Abhimani Kalama

ଅଭିମାନୀ କଲମ

ଆଜି କଲମ ମୋର ମାନୁନି ବୋଲ କାହିଁକି ସେ କରିଛି ଅଭାମାନ, କ’ଣ ଲେଖିବା ଥିଲା କି ଭୁଲ ତା’ ପାଇଁ ଦିନରାତି ଲେଖୁଥିଲି ପ୍ରେମ ଗ୍ରନ୍ଥସମ୍ଭାର । କାଗଜ କହୁଛି ମୁଁ ଯାଉଛି ରୁଷି ଲୁହରେ ଦଉଛ ମତେ ଭିଜେଇ, କେମିତି ପାରିବି ସହି ଲୁହକୁ ଦେଖି ଯଦି ସେ ତମ ମନକୁ ବୁଝି କରୁଛି ବାହାନା ଆଜି । ହାତ ପକାଏ ମନକୁ ରାଣ ଭାବନାରେ ତମେ ଭୁଲିଲ ନିଜକୁ ଜାଣ, ଥକିଗଲାଣି ମୁଁ…

ଅଧିକ ପଢ଼ନ୍ତୁ
Naina

ନୈନା

ନୈନା ତମେ ଅଜଣା ଗପର ନୂଆ ନାୟିକା ଅକୁହା କଥାର ତମେ ନୂଆ କବିତା । ନୈନା ତମେ ଫୁଲର ଦେଶ ରାଜକୁମାରୀ ବନ ପାହଡ଼ର ତମେ ବନ ହରିଣୀ । ନୈନା ତମେ ସାଗରର ଶାମୁକାରାଣୀ ସ୍ୱାତି ନକ୍ଷେତ୍ର ଜଳରେ ସାଜ ମୁକୁତା ମାଳୀ । ନୈନା ତମେ ବସନ୍ତରେ କୃଷ୍ଣଚୂଡ଼ା କେଶ ଚୂଡ଼ାମଣୀ ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ । ନୈନା ତମେ ମୋ ହୃଦୟର ସ୍ପନ୍ଦନର ପ୍ରତିଧ୍ୱନୀ, ମୋ ଜୀବନର…

ଅଧିକ ପଢ଼ନ୍ତୁ
Niriha Prema

ନିରିହ ପ୍ରେମ

ନିରିହ ଝରଣାଟିଏ ଅବିରତ ଝରୁଥାଏ ନଦୀରେ ମିଶିବା ପାଇଁ, ହେଲେ ନିଷ୍ଠୁର ନଦୀ ଧାଉଁଥାଏ ସାଗର ସହ ମିଶିବା ପାଇଁ । ଏ କେମିତିକା ପ୍ରେମ ଜଣେ ଜଣଙ୍କ ପାଇଁ ବ୍ୟାକୁଳ ହୋଇ ସର୍ବହରା ହୁଏ, କିନ୍ତୁ ସେ ଆଉ କାହା ମଧୁଶଯ୍ୟାର ସାଥିହୁଏ । ଶାଶ୍ୱତ ପ୍ରେମର ଠିକଣା ଏଠି ଅଜଣା, ପ୍ରତାରକ ମଣିଷ, ସାମାନ୍ୟ ରୂପ ପାଇଁ ବାଟବଣା । ଆଜି ନୁହେଁ କାଲି ପ୍ରେମକୁ କିଏ ଚିହ୍ନେନା, ଏଠି ଶରୀର ସୌନ୍ଦଯ୍ୟ ପାଇଁ…

ଅଧିକ ପଢ଼ନ୍ତୁ
Hrudaya Kagaja

ହୃଦୟ କାଗଜ

ହୃଦୟ ଭିତରେ ସାଇତି ରଖିଛି ପ୍ରିୟା ତମସାଥେ ବିତିଥିବା ଅଭୁଲା ସ୍ମୃତିର ହସ୍ତାକ୍ଷର, ନିଜକୁ ବୁଝିବା କୁ ଚାହିଁ ବୁଝିପାରେ ନାହିଁ ତୁମପାଇଁ ବ୍ୟାକୁଳିତ ମନମୋର । ଜହ୍ନ ଆଲୋକରେ ଲୁଚୁ ଲୁଚି ଜୋସ୍ନାରେ ଭିଜେ ପାଗଳାମି ମନମୋର ଅସ୍ତବ୍ୟସ୍ତ, କବି ନୁହେଁ ନା ମୁଁ ଲେଖକ ତୋପାଇଁ ଆଜିଲେଖେ କାବ୍ୟତୀର୍ଥ । କେତେ ଯେ ସପନ ଭରିଗଲୁ ଏଆଖିରେ ମୋର, ଗାୟକ ନହୋଇବି ତୁମପାଇଁ ଗାୟକ ସାଜି ଗାଉଛି ରାଗ ମଲ୍ଲାହାର । ନୀଳିମା ଆକାଶେ…

ଅଧିକ ପଢ଼ନ୍ତୁ
Tume Nuhen Mora

ତୁମେ ନୁହେଁ ମୋର

ବେଳେ ବେଳେ ଇଛାହୁଏ କାଶତଣ୍ଡୀ ଶରତେ ନଈ କୂଳେ ବସି ବାଣ୍ଟୁଥିବା ସୁଖ ଦୁଃଖ ତୁମେ ମୁଁ ମିଶି, ସବୁଦିନ ଇଛାହୁଏ ତୁମରି ପାଖରେ ବଞ୍ଚି ବଞ୍ଚି ମରିବାକୁ ଚାହେଁ ଗାଁ ମଶାଣିରେ । ବାସ୍ତବତା ସହ ଦିନେ ପରିଚିତ ହେଲି ତୁମେ ଏକ ମରିଚିକା ଜିଣିଯେ ପାଇଲି, ତୁମେ ମୋ ସମ୍ପର୍କ ଅବାସ୍ତବ ବୋଲି ମନକଥା ମନେ ରଖି ବଞ୍ଚିବି ଭାବିଲି । ବେଳେ ବେଳେ ଇଛାହୁଏ ମୋ ସ୍ୱପ୍ନ ଥୋଇ ତମପାଦ ତଳେ ତୁମ…

ଅଧିକ ପଢ଼ନ୍ତୁ