ଝିଅ ଦେଖା
ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ, “ସୁମି ଟିକେ କ୍ଷୀରିଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ ।” ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା, “ମୀନୁ, କହିଲୁ କୋଉ ହେୟାର୍ ଷ୍ଟାଇଲ୍ଟା ମାନିବ ମତେ?” ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି, “ତୋ ଲମ୍ବା…