ପଲ୍ଲବୀ ପୂଜାପଣ୍ଡା

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।

abhimana

ଅଭିମାନ

ଅଭିମାନ… ଲୁଚିଛି ଯେଉଁଠି ଆତ୍ମୀୟତା ମିଛିମିଛିକା ରାଗରୁଷା କଥା କଟାକଟି ମନ ଫଟାଫଟି କଟି ପରେ ମିଟି । ଅଭିମାନ… ତେଜ୍ୟପୁତ୍ରର ଧମକ କୁଳାଙ୍ଗାର, ଅପଦାର୍ଥ ପରି ଗାଳି ପଛର ବିସ୍ତୃତ ସ୍ନେହ, ନନାଙ୍କ ଗାମୁଛାଠାରୁ ବୋଉର ପଣତ । ଅଭିମାନ… କୁଆଁରୀ ମନ ତଳ ଲୁଚାଣିଆ ପ୍ରେମ ପରୋକ୍ଷ ପ୍ରୀତି, ନାକ ଆଗ ରାଗ ଆଖି ତଳ ଦୟାନ‌ଦୀ, ବୁଝିବା କାଠିକର ପାଠ । ଅଭିମାନ… ହକ୍ ହାସିଲର ଶୀତଳ ଯୁଦ୍ଧ ସମ୍ପର୍କର ନୂଆ ମୋଡ଼…

ଅଧିକ ପଢ଼ନ୍ତୁ
prasada

ପ୍ରସାଦ

ନିକଟ ଅତୀତରେ ମୋ ଘର ପାଖ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ ହେଉଥାଏ । କଲୋନିର ପ୍ରାୟ ଲୋକ ସନ୍ଧ୍ୟାରେ ପ୍ରସାଦ ପାଇବାକୁ ଆସିଥାନ୍ତି । ମୁଁ ଓ ମୋ ଭାଇ ମଧ୍ୟ ସେଠାକୁ ଯାଇଥାଉ । ବଫେ ସ୍ଟାଇଲ୍, ଅର୍ଥାତ୍ ସମସ୍ତେ ପ୍ରସାଦ ନେଇ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଖାଇବା ବ୍ୟବସ୍ଥା ହୋଇଥାଏ । ମୁଁ ଓ ମୋ ଭାଇ ମଧ୍ୟ ପ୍ରସାଦ ନେଇ ଗୋଟାଏ ପାଖରେ ଛିଡ଼ାହୋଇ ଖାଉଥାଉ । କିଛି…

ଅଧିକ ପଢ଼ନ୍ତୁ
tuma-apekshayre

ତୁମ ଅପେକ୍ଷାରେ

କେତେ ବସନ୍ତ ପରେ ଆସିଛି ଆଉ ଏକ ବସନ୍ତ ତଥାପି ହୋଇ ନାହିଁ ଅପେକ୍ଷାର ଅନ୍ତ ॥ ଶୀତଳ ମଳୟ ଯେବେ ତନୁକୁ ମୋ ଶିହରେଇ ଦିଏ ଝରକା ଖୋଲି ଦେଖେ ତୁମେ ତ ନ ଥାଅ ସେଠାରେ ॥ ଅସ୍ତ ହୁଏ ରବି ଯେବେ ଗଗନକୁ କରି ପୀତ ବର୍ଣ୍ଣ ଆଖିରେ ମୋ ନାଚି ଉଠେ କାହିଁ ତୁମ ହସ ହସ ମୁହଁ ॥ ଅଜାଗା କ୍ଷତକୁ ତ’ ଦେଖାଇ ହୁଏ ନା ହୃଦୟରେ ଅଛ…

ଅଧିକ ପଢ଼ନ୍ତୁ