ମୃତ୍ୟୁଞ୍ଜୟ ପାତ୍ର

ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ ନାହିଁ, ତୁମେ…

ଅଧିକ ପଢ଼ନ୍ତୁ
Odia Poem Gharatie (ଘରଟିଏ) by Mrutyunjay Patra

ଘରଟିଏ

ବସାଟିଏ ବାନ୍ଧିବାର ଅନେକ ସ୍ଵପ୍ନ ଭିତରେ ସେ ଦିନେ ହଜିଗଲା । ହଜିଗଲା ଯେ ହଜିଗଲା ଆଉ ମିଳିଲା ନାହିଁ । କେଉଁ ଶୀତ ସକାଳରୁ ଉଠି ସେ ଧାଇଁଲା କୁଟାକାଠି ନୁହେଁ, ଇଟା ଓ ସିମେଣ୍ଟ ପାଇଁ ଧୂ ଧୂ ଖରାବେଳେ ସେ ଉଡ଼ି ଆସିଲା ଝୋଟ ବା କାଗଜ ନୁହେଁ ରଙ୍ଗ ଓ ମାର୍ବଲ ନେଇ । ଗଜଲ ଶୁଣୁଥିବା ଉଦାସ ଅପରାହ୍ନ ସ୍ଵପ୍ନ ଦେଖୁଥିବା ରାତି ସବୁ ତା’ର ବିତିଗଲା ମିସ୍ତ୍ରୀ ଓ ମଜୁରୀ ହିସାବରେ ଡ୍ରଇଂ…

ଅଧିକ ପଢ଼ନ୍ତୁ
Chitralipi (ଚିତ୍ରଲିପି) Odia poem by Mrutyunjay Patra

ଚିତ୍ରଲିପି

ସାମାଜିକ ବହିର ଚିତ୍ରକୁ ଦେଖି ଝିଅ ପଚାରିଲା ବାପାଙ୍କୁ “ଏଇ ଦେଖ ବାପା, କେଡ଼େ ସୁନ୍ଦର ଏ ଗାଁ । ଚାରିପଟେ ତୋଟା ମାଳ, ଗାଁ ପଛପଟେ ଧାଡ଼ି ଧାଡ଼ି ପାହାଡ଼ ପାହାଡ଼ ପଛରେ ଲୁଚି ଯାଉଥିବା ସୂର୍ଯ୍ୟ, ସୁନାର ସୋରିଷ କ୍ଷେତ, ଗାଁ ଦାଣ୍ଡର ଦି’ପଟେ ଘର କେଉଁଠି କେମିତି କୂଅ, ତୁଳସୀ ଚଉରା ଦି ପଟେ ପହରାଦାର ପରି ଠିଆ ହୋଇଛନ୍ତି ନଡ଼ିଆ ଗଛ । କି ପରିଷ୍କାର ଏ ରାସ୍ତା ସବୁ ! ଆଉ ଏପଟେ ଅନା !…

ଅଧିକ ପଢ଼ନ୍ତୁ
Abhilash

ଅଭିଳାଷ

ଏଇ ତ ଫୋପାଡ଼ି ଦେଲି ଇଚ୍ଛା ସବୁ… ସବୁ ଆଶା… ସବୁ ଅଭିଳାଷ… ଚିରିଚାରି ଜାକିଜୁକି ବନ୍ଦକରି ସୁନା ଫରୁଆରେ ଅମର୍ଯ୍ୟାଦା ହୋଇଥାନ୍ତା ବୋଲି ସେଇମିତି ପବନରେ ରାସ୍ତାକୁ ଫିଙ୍ଗି ଦେଇଥିଲେ । ଆଶା ତ ମର୍ଯ୍ୟାଦାବନ୍ତ ସୁକୁମାର ସଯତ୍ନେ ପାଳିତ ଦିଗ୍‌ବଳୟେ ସୂର୍ଯ୍ୟସ୍ନାତ ଧାରାଟିଏ ନିଷ୍କାମ ଆଲୋକ ଆଲୋକ ଲିଭାଇ ଦେଲି ଲିଭିଗଲା ଦିନର ରୋଷଣୀ ତା’ ପରେ ତ ଏକାକାର ଏକାକାର ଆକାଶ ଧରଣୀ । କେଉଁଠି ମୁଁ, କିଏ ମୋର ସତ୍ତା ଆଉ ପାରେ ନାହିଁ…

ଅଧିକ ପଢ଼ନ୍ତୁ