ମୃଣ୍ମୟୀ ଚାନ୍ଦ

ଡ. ମୃଣ୍ମୟୀ ଚାନ୍ଦ ପେଶାରେ ଜଣେ ଡାକ୍ତର, କିନ୍ତୁ ଛୋଟବେଳୁ ନିଶା ତାଙ୍କର କବିତା ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।

Bhoka - ଭୋକ

ଭୋକ

ଭାରତ ଚାରି ଦିଗରେ ବ୍ୟାପିଛି, ସଦ୍ୟ ପୂଜିତା ଭରତ ବର୍ଷର ନାଗରିକ ଭାବେ ସବୁଜ ବନାନୀର ଶୋଭା ମଣ୍ଡନ କରି ଧରଣୀ ରାଣୀର ଏକ ଖୁସିର ମାର୍ଜନାକୁ ବଖାଣିବାକୁ ମୁଁ ବ୍ୟାକୁଳ ଥାଏ, ବସର ପଛ ସିଟରେ ବସି ଝରକା ଫାଙ୍କର ଦୃଶ୍ୟକୁ ମୁଁ ଅନୁଭବ କରେ, ହଜି ଯାଏ ସ୍ଵର୍ଗୀୟ ଆନନ୍ଦରେ….. ଦୁନିଆର ସ୍ରୁଷ୍ଟି କେଡ଼େ ମୋନୋବ୍ଲକ ଲୋଭ କଉଠି ନଦୀ ତଟ ତ କଉଠି ସମୁଦ୍ରର ଘୁ ଘୁ ଗର୍ଜନ । କଉଠି ହସଖୁସି…

ଅଧିକ ପଢ଼ନ୍ତୁ
ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ଚାଷୀ ଆଜି କରେ ପୂଜା ର ଆଳତୀ କ୍ଷେତ ଉପରକୁ ଯାଇ।। ରଥ ଗଢ଼ା କାର୍ଯ୍ୟ ଆରମ୍ଭ ହେବ ହେ ଧାଇଁ ଆସ ପଣ୍ଡା ଭାଇ.. ଛାଡ଼ ହେ ଫନୀକୁ ଡାକ ହେ ଜଗନ୍ନାଥଙ୍କୁ ଭଲରେ ଭଲରେ ରଥ କାମ ହେଉ ନ ଆସୁ ବାତ୍ୟା ନ ରହୁ ତାଣ୍ଡବ ଶ୍ରୀହୀନ ଶ୍ରୀକ୍ଷେତ୍ର ପୁଣି ଭରି ଉଠୁ ସବୁଜିମାରେ ପୁଣି ଥରେ ଖେଳୁ ସାଗର ହସି ହସି ନ ଶୁଭୁ କରାଳ ଗର୍ଜନ ସବୁ ଭକ୍ତଙ୍କ ଭିଡ଼…

ଅଧିକ ପଢ଼ନ୍ତୁ
konark-kimbadanti

କୋଣାର୍କର କିମ୍ବଦନ୍ତୀ

“ଶସ୍ୟ ଶ୍ୟାମଳା, ନଳିନୀ ଖୋଦିତା ନଦୀ ନିଷେବିତା ସାଗର ବନ୍ଦିତା”, ଓଡ଼ିଶା ଅଲୌକିକ କାହାଣୀରେ ଖୋଦିତ କିମ୍ବଦନ୍ତୀ, ଯାହା ମନୀଷାର ଭାବନାର ଚିତ୍ର ପଟଳକୁ କେବଳ ଦୋହଲାଇ ଦିଏନି ବରଂ ହଜାଇ ଦିଏ ସ୍ଵର୍ଗୀୟ ଆନନ୍ଦରେ। ସତେ ପାରିଜାତର ପୁଷ୍ପ ରାଜ ଯେମିତି ଗାଇ ଉଠୁଛନ୍ତି ରାଗିଣୀ, ବିମୋହିତ କରିନିଏ ସେଇ କାରୁକାର୍ଯ୍ୟର କୋଣାର୍କ, ପ୍ରଫୁଲ୍ଲିତ କରିଦିଏ ତନୁ ମନକୁ କଳା କଳା ଜଳ ରାଶି, ଆଚ୍ଛାଦିତ ମେଘର ଭାସିୟମାନ ମେଘ ଖଣ୍ଡ, ସମସ୍ତଙ୍କର ଇଚ୍ଛା ଥାଏ…

ଅଧିକ ପଢ଼ନ୍ତୁ
smruti-keun-eka-akuha-manara

ସ୍ମୃତି କେଉଁ ଏକ ଅକୁହା ମନର

ଦିନ ସରିଯାଇଥିଲା, ସକାଳର ଖରା ବି ଚାଲି ଯାଇଥିଲା, ତମେ ବସିଥିଲ ଶିମିଳି ଗଛର ତଳେ । ଜାଣେନା କ’ଣ ଗୋଟେ ଚିନ୍ତା ଆଉ ଭାବନାରେ ତମେ ହଜି ଯାଇଥିଲ । ପଛରୁ ବହୁତ ଡାକୁଥାଏ ମାନସୀ.. ମାନସୀ.. ହେଲେ ତମେ ଶୁଣୁ ନଥାଅ। ଭାବିଲି ପାଖକୁ ଯିବି, ଗଲି, ତମକୁ ହଲାଇ ଦେଲାରୁ ତମେ ହଠାତ୍ ଚମକି ପଡ଼ିଲ। ପଚାରିଲି କ’ଣ ହେଲା ମାନସୀ ? ଆଜି ଏତେ ଲେଟ୍ ହେଲାଣି,ତମେ ହଷ୍ଟେଲ ଫେରିନାହଁ ?…

ଅଧିକ ପଢ଼ନ୍ତୁ
pranayara-sagara

ପ୍ରଣୟର ସାଗର

ଜାଣିନି ଅପେକ୍ଷାର ଅନ୍ତ କେବେ ଘଟିବ, ମରୁଭୂମିରେ ବାଲୁକା ଶେଜରେ ନଦୀ ଆସିବ । ଆଶା ମୋର ଅସୀମ, ବାଟ ନାହିଁ ଚାଲିବାକୁ… ସ୍ଵପ୍ନ ମୋର ଅମାପ, ନିଦ ନାହିଁ ଶୋଇବାକୁ… ଭଙ୍ଗା ସାଗର ଲହରି, ଜୁଆରର ଭଟ୍ଟା… କ୍ଷଣ ଅବକ୍ଷଣେ.. ପାଇବାର ନିଶା… ସନ୍ଦିଗ୍ଧ ଏ ସନ୍ତୁଳିତ ମନ, ଭାବ ଅବକାଶେ କରେ ନିଡ଼ ରଚନା । ଧୂସରିତ ମାୟାଜାଲେ କବଳିତ କରି ଦିଏ, ରଚିଦିଏ ଛଳନାର ବାସନା ।। ପରିପୂରକ ପରି ଆଙ୍କି ହୋଇଯାଏ…

ଅଧିକ ପଢ଼ନ୍ତୁ