ମାନସ ରଞ୍ଜନ ଦାଶ

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।

ତୁମ ସ୍ମୃତି

ତୁମ ସ୍ମୃତି

ତୁମ ସ୍ମୃତି କେବେ ପଦୁଅଁ ପତରେ ବରଷାର ଗୋଟେ ଟୋପା ତୁମ ସ୍ମୃତି କେବେ କବିତା ବହିରେ ପ୍ରେମର ଦି’ଧାଡ଼ି ଛପା ତୁମ ସ୍ମୃତି କେବେ ଗୋଲାପ ଡାଳରେ କଣ୍ଟାର ଉପସ୍ଥିତି ତୁମ ସ୍ମୃତି କେବେ ମଲାଜହ୍ନ ବୋହି ବାଟ ଚାଲୁଥିବା ରାତି ତୁମ ସ୍ମୃତି କେବେ ହୋଲିର ଅବିର ଫଗୁଣ ଆକାଶେ ଉଡ଼ା ତୁମ ସ୍ମୃତି କେବେ ପୁରୁଣା ବହିର ମଝି ପୃଷ୍ଠାଟିଏ ମୋଡ଼ା ତୁମ ସ୍ମୃତି କେବେ ଚଉଁରା ମୂଳରେ ଜଳୁଥିବା ମାଟି ଦୀପ…

ଅଧିକ ପଢ଼ନ୍ତୁ
premantare

ପ୍ରେମାନ୍ତରେ

ମୋ ଭାଗର ଖୁସି ତୋର, ତୋ’ ଭାଗରେ ନାହିଁ ଦାବି ଜନ୍ମ ଜନ୍ମାନ୍ତର ପାଇଁ, ତତେ ମୋର ସାଥି ଭାବି ମୁଁ ବଞ୍ଚି ଯାଇପାରେ । ତୁ ଯଦି ଆଉ କାହାର, କିଛି ନାହିଁ ମୋ କହିବାର ଭାଗ୍ୟେ ଯଦି ଲେଖା ମୋର, ତୋ ବିରହ ସହିବାର ମୁଁ ଘୁଞ୍ଚି ଯାଇପାରେ ॥ ହେଲେ ରାଣ ଦେ’ନି, ତତେ ଛୁଇଁ ମିଛ ପାରିବିନି କହି ଭୁଲି ଯିବା ତତେ, ହେବ ନାହିଁ କେବେ ମୋ ଦେଇ ମୁଁ…

ଅଧିକ ପଢ଼ନ୍ତୁ
jane-premika-ra-hatalekha-kabita

ଜଣେ ପ୍ରେମିକର ହାତ ଲେଖା କବିତା

ପଲକରେ ଲାଗିଥିଲା ଜଳି ଯାଇଥିବା ସ୍ୱପ୍ନର ପାଉଁଶ… ଝାଡ଼ି ଦେଲା ଯିଏ ନିଜ ପଣତରେ, ସିଏ ଯାହା ସ୍ୱପ୍ନ ଜଳିଥିଲା ରାତିସାରା, ସିଏ ଏବଂ ଯିଏ ନିଆଁ ଲାଗେଇଥିଲା, ସିଏ ଅଲଗା ଅଲଗା ନୁହେଁ, ସମସ୍ତେ ସେହି ଜଣେ ବୋଲି ଯଦି କୁହେ କରିପାରିବ ବିଶ୍ୱାସ??? ଯାହା ତୁମେ ମାନିବାକୁ ବି ଅରାଜି ସେମିତି ଏକ ସତ୍ୟ ମୁଁ ଜିଉଁଛି ଆଜି ତୁମେ ପ୍ରେମ ପଢ଼ୁଛ, ତେଣୁ ବୋଧେ ଶଙ୍କାରେ ଥିବ ମୁଁ ପ୍ରେମ କରିଛି, ମୋ…

ଅଧିକ ପଢ଼ନ୍ତୁ