ମଧୁମିତା ମିଶ୍ର

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Yudh (ଯୁଦ୍ଧ) by Madhumita Mishra

ଯୁଦ୍ଧ

ଅହରହ? ଅନବରତ? ଅବିରତ? ଅସମାପ୍ତ? ପ୍ରେମ ସହ ଘୃଣାର, ବିଶ୍ଵାସ ସହ ପ୍ରତାରଣାର । ତୃପ୍ତି ସହିତ ଯନ୍ତ୍ରଣାର, ପର ସହିତ ଆପଣାର ॥ କିଏ ହାରିବ? କିଏ କାହାକୁ ଜିତିବ? କିଏ ହରେଇ ଦେଇ ଜିତିବ? କି କିଏ ଅବା ଜିତୁ ଜିତୁ ହାରିବ ! ସୀମାନ୍ତ ଅଶାନ୍ତ ଶରୀର କ୍ଳାନ୍ତ ଶ୍ରାନ୍ତ ଧୂମାଳ ଦୂର ଦିଗନ୍ତ ଆଦି ନାହିଁ କେଉଁଠି ବା ଅନ୍ତ? ସୀମା ବନ୍ଧା ନୁହେଁ ନିୟମ ବାନ୍ଧି ପାରେନା !! ଯୁଦ୍ଧ ଜୁଇରେ ଜଳିଲା ବେଳେ…

ଅଧିକ ପଢ଼ନ୍ତୁ
Alinganara Bayaprapti (ଆଲିଙ୍ଗନର ବୟଃପ୍ରାପ୍ତି): Odia Poem by Madhumita Mishra on Hug Day

ଆଲିଙ୍ଗନର ବୟଃପ୍ରାପ୍ତି

ପ୍ରଥମ ବର୍ଷ; କୋଳରେ ଧରି ବକ୍ଷ୍ୟାମୃତ ଦିଏ ନିବିଡ଼ ଆଲିଙ୍ଗନରେ ଜୀବନ ସଂଚାର ଆଗ୍ରହରେ । ଦ୍ଵିତୀୟ ବର୍ଷ; ଚାଲୁ ଚାଲୁ ପଡ଼ିଯାଉଥିବା ବେଳେ କୋଳେଇ ନିଏ ନିଜ ସୁରକ୍ଷା ବଳୟରେ । ତୃତୀୟ ବର୍ଷ; ନୂଆ କରି ପାଠ ପଢ଼ା ଆରମ୍ଭ କଲାବେଳେ ଡର ଯିବା ପାଇଁ କୋଳେଇ ନିଏ ଆଗେଇ ଯିବା ଉଦ୍ଦେଶ୍ୟରେ । ଚତୁର୍ଥ ବର୍ଷ; ସାଙ୍ଗ ପିଲାଙ୍କ ସଙ୍ଗେ ଖେଳିବାକୁ ଗଲାବେଳେ କିମ୍ବା ଶରୀର ଅସୁସ୍ଥତା ବେଳେ କୋଳେଇ ନିଏ ଶକ୍ତି ଟିକେ ଦେବା ପ୍ରୟାସରେ ।…

ଅଧିକ ପଢ଼ନ୍ତୁ
Odia Poem Sparsha (ସ୍ପର୍ଶ) by Madhumita Mishra

ସ୍ପର୍ଶ

ଆଃ.. ଶିହରୀ ଉଠିଲା ଲତା କାହାର ଏ ସ୍ପର୍ଶ..!! ଏତେ ମାଦକତା ଭରା ସତେ କାହାର ବା ଏ ସ୍ନିଗ୍ଧ ପରଶ?? ଏ ମଳୟର ସ୍ପର୍ଶ ନୁହେଁ ମଳୟ ଯେ ଏତେ ଉନ୍ମାଦନା ଆଣି ପାରେନା..!! ତା’ ସ୍ପର୍ଶରେ ଲତା ଏତେ ମାତ୍ରାରେ ତ ଶିହରୀ ଉଠେନା ! ଏ ସ୍ପର୍ଶ ନୁହେଁ ସୂର୍ଯ୍ୟାଲୋକର ଯେ କି… ଏତେ ନିବିଡ଼ କେବେ ହୋଇ ପାରେନା !! ଯାହାର ସ୍ପର୍ଶ ପାଇ କେବେ ଲତା ନିଜ ଆଖି ବନ୍ଦ କରି ଦିଏନା..!!…

ଅଧିକ ପଢ଼ନ୍ତୁ
ଆନ୍ତର୍ଜାତିକ କନ୍ୟା ଦିବସର ଅନୁଚିନ୍ତା: ଝିଅଟି ଶାଗବିଡ଼ା ପରି (Jhiati Shaga Bida Pari: Odia poem by Madhumita Mishra on National Girl Child Day)

ଝିଅଟି ଶାଗବିଡ଼ା ପରି

ପରିବା କିଣିଲା ବେଳେ ସେ ସ୍ତ୍ରୀ ଲୋକଟି ଧୀରେ ହସିଲା… “ମାଆ, ଆମେ ନାରୀ ସବୁ ଶାଗବିଡ଼ା” କହି ମୋତେ ଚାହିଁଲା…!! ଆଶ୍ଚର୍ଯ୍ୟ ହେଇ ପଚାରିଲି, “ଏମିତି କେମିତି କହୁଛୁ କିରେ…??” ନାରୀ ଆଉ ଶାଗ..!! ଆଉ ଶୁଣିଲି ଅତି କୌତୁହଳରେ…!! ଦେଖୁନ! ଶାଗ ପରି ଛନଛନ ହୋଇ ବାପା ଘରେ ଥାଏ… ଶାଶୁ ଘରକୁ ଯାଇ ସେ ଉତ୍‌ଫୁଲ୍ଲତା ଶୁଖିଲା ପତ୍ର ହୋଇଯାଏ !! ବର୍ଷସାରା ଆଦର ନ ଥିଲେ ବି କାର୍ତ୍ତିକ ଆସିଲେ ଯେ ଖୋଜା…

ଅଧିକ ପଢ଼ନ୍ତୁ
Odia Poem Dhanya Se Beera (ନେତାଜୀ ଜୟନ୍ତୀ ପାଇଁ ଓଡ଼ିଆ କବିତା ଧନ୍ୟ ସେ ବୀର) by Madhumita Mishra for Netaji Jayanti

ଧନ୍ୟ ସେ ବୀର

ବୁନ୍ଦାଏ ରକ୍ତରେ ମୁକ୍ତି ଅଛି ବୋଲି ଶିଖେଇ ଗଲେ ସେ ବୀର, ଶକ୍ତି ଥାଏ ମନେ କର୍ମରେ ବ୍ୟକ୍ତିର ଦୁଃଖେ ସେ ନୋହେ ଅଧୀର… ନୁଆଇଁ ନଥାଏ ମଥାକୁ ଖାଲିରେ ହୁଏନାହିଁ ପରାଧୀନ, ନିଜର ମାଟିରେ ବଞ୍ଚିବା ପାଇଁ କି କରି ପାରେ କେ ବାରଣ?? ହୁଙ୍କାର ଭରି ମନରେ ଯେ ଦିଏ ଦେଶ ପାଇଁ ବଳିଦାନ, ଅମର ହୋଇ ସେ ରୁହନ୍ତି ସର୍ବଦା ନେତାଜୀ କୁହନ୍ତି ଜନ । ସମ୍ମାନ ଦେଇ ନିଜ ମାଟି ମା’କୁ ରଖିଯାଏ…

ଅଧିକ ପଢ଼ନ୍ତୁ