କୃଷ୍ଣା ମିଶ୍ର

କୃଷ୍ଣା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ… ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା… ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ ଚାପି ହୋଇ ନିସ୍ତବ୍ଧ ପଡ଼ିଛି ହିକ୍କା, ଦୁଆରେ ଶବ୍ଦ ! ଥରୁଛି କଲିଜା… ପ୍ରତୀକ୍ଷା ! ସେ ଯେ ରୋଦନ, ଝାଉଁଳି ଯାଇଥିବା ଚେହେରାରେ, ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର… ବିଶ୍ୱାସରେ ଶୀତଳ ପଡ଼ିଥିବା,…

ଅଧିକ ପଢ଼ନ୍ତୁ
Odia Poem Ame Jibita (ଆମେ ଜୀବିତ) by Krishna Mishra

ଆମେ ଜୀବିତ

ସଭ୍ୟ ସମାଜର ସଭ୍ୟ ମନୁଷ୍ୟ, ଶ୍ରେଷ୍ଠ ପ୍ରାଣୀ, ଭେଜା ପରିପକ୍ୱ, ଆମେ ଜୀବିତ, ମୃତ୍ୟୁ ଯାବତ୍ ଜୀବିତ… ଜୀବିତ ଥାଉ ଆମେ, ଯେବେ ମଦ୍ୟପ ଗେରସ୍ତ ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ… ପିଡ଼ିତା ମହିଳାଟି ରାତି ସାରା, ଭାଗ୍ୟ ଆଦରି କୋହ ଭରୁଥାଏ… ଆମ ଦୁଆର ବନ୍ଦ!!!! ବେମାଲୁମ ଆମେ । ଯାତ୍ରୀ ଭରା ଟ୍ରେନ ଓ ବସ୍… ଝାମ୍ପି ଯାଇ, ସିଟ୍ କବଜା କରୁଁ ! ରୋଗୀଣା ବୁଢ଼ୀଟି ଧକଉଥାଏ, ଆଗ, ପଛ, ତେରଛା ଧକ୍କା…

ଅଧିକ ପଢ଼ନ୍ତୁ
Odia Poem Asa Sathi (ଆସ ସାଥୀ) by Krishna Mishra

ଆସ ସାଥୀ !

ଆସ ସାଥୀ ! ଦୁଆର ଯେ ଖୋଲା, ପ୍ରବେଶ କର… ନା’ ନା’… ଟିକିଏ ଅପେକ୍ଷା କର ! ଏରୁଣ୍ଡିର ପାପୋଛରେ, ସ୍ୱୟଂର ଅହଂକୁ ଝାଡ଼ି ଦେବ ! ଛାତରେ ଲୋଟିଛି ମାଳତୀ ଲତା, କ୍ରୋଧର ପସରା ସେଇଠି ଅଜାଡ଼ି ଦେବ ! ମନର ଭଗ୍ନାଂଶ କୁ ରଖି ଦେବ, ଚଉରା ମୂଳରେ… ଜୀବନର ବ୍ୟସ୍ତତାକୁ ଓହଳେଇ ଦେବ ପାଚେରୀ ଖୁଣ୍ଟରେ… ଶୁଭୁଛି ଶିଶୁଙ୍କ କୋଳାହଳ, ସେଥିରୁ, ଦୁଷ୍ଟାମୀ ଟିକିଏ ମାଗି ଆଣିବ… ଉପବନେ ଫୁଲର ରଙ୍ଗୀନ…

ଅଧିକ ପଢ଼ନ୍ତୁ
Odia Poem Mun Sagara Tatara Bali (ମୁଁ ସାଗର ତଟର ବାଲି) by Krishna Mishra

ମୁଁ ସାଗର ତଟର ବାଲି

ମୁଁ ସାଗର ତଟର ବାଲି ବାରମ୍ବାର, ସାଗରକୁ ଆଲିଙ୍ଗନ କରି, ଆତଯାତ ଭାବନାର ଲହରୀରେ ଭିଜି, ପ୍ରତୀକ୍ଷାରେ ରହିଛି ପଡ଼ି… ଦୂରୁ ଦିଶୁଥାଏ ଶାନ୍ତ, ସଉମ୍ୟା, ରଙ୍ଗର ସେ ଆସ୍ତରଣ ବହଳ, ଉତ୍ସଙ୍ଗେ ମୋ ପ୍ରୀତିର ପ୍ରତୀକ, ଅନେକ ରତ୍ନର ମେଳ… ମୁଁ ତପ୍ତ ବାଲି, ସେ ଶୀତଳ ସାଗର ! ପ୍ରଣୟ ପିଆସି ମୁଁ, ଚିର ଛଟପଟ… ଏମିତିକା ଏକ ପ୍ରୀତି ! ଅସମ୍ଭବ ସେ, ତାକୁ ରଖିବି କେମିତି ବାନ୍ଧି? ଭିଜୁଛି, ମୁଁ ଭିଜୁଥିବି……

ଅଧିକ ପଢ଼ନ୍ତୁ