ଭାଇ
ସ୍ନେହ, ପ୍ରେମ, କରୁଣା, ଅସରନ୍ତି ଆଶା ଅପ୍ରତିଦ୍ୱନ୍ଦୀ ଅପରାଜେୟତାର ଅମାପ, ଅଦମ୍ୟ ଭରସା ଅତୁଟ ଭାବ ବନ୍ଧନର ଚିର ସାଥୀ ପାଦେପାଦେ ପ୍ରଗତିର ପ୍ରେରଣା ସେ ତ ଭାଇ ଅନାୟସରେ ଅସମ୍ଭବକୁ ଆୟତ୍ତ କରିବାର ପ୍ରଚଣ୍ଡ ପ୍ରତିଭା ଅୟୁତେ ଆଶା ଆନନ୍ଦର ଉଜ୍ୱଳ ସମ୍ଭାବନା ଯାହାଙ୍କ ଆଦର, ଆକଟ, ଆଦର୍ଶରେ ମହକିତ ହୁଏ ପ୍ରତିଟି ମୂହୁର୍ତ୍ତ ସେ ଭୂମିଠାରୁ ଭୂମାଯାଏଁ ପରିବ୍ୟାପ୍ତ । ସୀମାହୀନ ଆନନ୍ଦର ଉତ୍ସ । ଦାଣ୍ଡରେ ଦମ୍ଭ ଦେଖାଇବାରେ ପ୍ରଛଦ ପଟର ମହାନୟକ…