ଶ୍ରମର ଭାର
ତା’ ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା’ ଶ୍ରମର ମୂଲ । କେବେ ଇଟା ଭାଟିର ଉତ୍ତପ୍ତ ନିଆଁ, ବାଷ୍ପିଭୂତ କରୁଥାଏ ତା’ ପ୍ରତିଟି ସ୍ୱେଦ କଣା, କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ ତା’ କମର, ସକାଳୁ ସଞ୍ଜ ଯାଏ ନିଗିଡ଼ି ପଡୁଥିବା ଝାଳ, କ୍ଲାନ୍ତ ଶ୍ରାନ୍ତ ଶରୀରକୁ କିଛିଟା ଶାନ୍ତ କରେ । ଚୁଲୀରେ ଫୁଟୁଥିବା ଭାତକୁ ଅନେଇଥିବା କ୍ଷୁଧିତ ପ୍ରାଣ, ଦିନ ତମାମର କ୍ଲାନ୍ତି କିଛି…