ଯଜ୍ଞେଶ କୁମାର ରାଉତ

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ନୂଆ ବରଷ (Nua barasha) Odia poem on the New Year by Jangyash Kumar Rout

ନୂଆ ବରଷ

ଆସିଛି ଯେ ଆଜି ନୂଆ ବରଷ, ସଙ୍ଗେ ଆଣିଅଛି କେତେ ହରସ; ଭରିଯାଉ ମନେ ହର୍ସ ଉଲ୍ଲାସ, ହୋଇଯାଉ ଆଜି ହିଂସା ବିନାଶ; ଆଲୋକମାଳାରେ ହୋଇ ସଜ୍ଜିତ, ନୂଆବର୍ଷ ଗାଉ ଉଲ୍ଲାସ ଗୀତ; ହୋଇ ନୂଆବର୍ଷ ସ୍ୱର୍ଗୀୟ ପରୀ, ଆଣିଦେଉ କେତେ ସୁନାମ ଶିରୀ; ପ୍ରତି ମନେ ଆସୁ ଭକ୍ତି ଓ ନିଷ୍ଠା, ଦେଖାଇବାକୁ ଶକ୍ତି ପରକାଷ୍ଠା; ଉଡ଼ୁ ଗଗନରେ ଶାନ୍ତିର ବାର୍ତ୍ତା, ଖୋଲିଯାଉ ଆଜି ପ୍ରେମର ରାସ୍ତା; ନୂଆବର୍ଷ ଆଣୁ ଶାନ୍ତି ସୌଭାଗ୍ୟ, ଗଢ଼ିଉଠୁ ଧରାରେ…

ଅଧିକ ପଢ଼ନ୍ତୁ
Tuma Pain

ତୁମ ପାଇଁ

ମୁଁ ତ ଗଢ଼ିଥିଲି ଏକ ସୁନ୍ଦର ରାଜଉଆସ ଏ ହୃଦୟରେ କାହିଁ କେତେ ଧୈର୍ଯ୍ୟ ଆଉ ବିଶ୍ୱାସର ମୂଲ୍ୟରେ, ତୁମେ ହିଁ ଉପେକ୍ଷା କଲ ସେ ରାଜଉଆସକୁ ଆଉ ତୁଳନା କଲ ଧନ ଓ ଧନୀକ ସାଙ୍ଗରେ; ମୁଁ ତ ରଖିଥିଲି ସାଇତି କେତେଯେ ଶୀତଳ ଛାୟା ତୁମ କୋମଳ ହୃଦୟକୁ ଆଚ୍ଛାଦିତ କରିବା ଆଶାରେ, ତୁମେ ହିଁ ଉତ୍ତପ୍ତ କଲ ସେ ଶୀତଳ ଛାୟାକୁ ଆଉ ଜଟିଳ କଲ ତୁମ ହୃଦୟକୁ ଡହଡହ କ୍ରୋଧର ବହ୍ନିରେ;…

ଅଧିକ ପଢ଼ନ୍ତୁ
Hera Panchami

ହେରା ପଞ୍ଚମୀ

ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ । ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥ ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ । ଏଗାର ଦିନର ଯାତ୍ରା ଯେ କରୁଛ କରି ମୋତେ ଏକାକିନୀ ॥ କି ପାପ କଲି ମୁଁ କାହିଁ ଦିଅ ଦୁଃଖ ବରଷକେ ଥରେ ମୋତେ । ଇଚ୍ଛା ଯେ ହୁଅଇ କରିବାକୁ ମୋର ରଥଯାତ୍ରା ତୁମ ସାଥେ ॥ ରହି…

ଅଧିକ ପଢ଼ନ୍ତୁ
RathaJata

ରଥଯାତ

ଅଧାଗଢ଼ା ଦିଅଁ ବ୍ରହ୍ମାଣ୍ଡ ଈଶ୍ୱର କରନ୍ତି ଯେ ଲୀଳା ସଂସାର ଯାକର । ଲିଳାମୟ ପ୍ରଭୁ ଜଗତର ନାଥ କରିବାକୁ ଲୀଳା ଯେବେ ଗଢ଼ିଲେ ଶ୍ରୀକ୍ଷେତ୍ର ॥ ଯାଆନ୍ତି ମାଉସୀ ଘର କରିବାକୁ ବରଷକେ ଥରେ ବଡ଼ଯାତ । କେବେ ଯେ ଆସିବେ ମହାପ୍ରଭୁ ଅପେକ୍ଷା କରନ୍ତି ଭକ୍ତ ॥ ବଡ଼ ଠାକୁର ବଡ଼ରଥ ବଡ଼ଯାତ ବୋଲି ଜଗତେ ବିଖ୍ୟାତ । ଲକ୍ଷାଧିକ ଭକ୍ତଙ୍କ ସମୁଦ୍ରେ ଗଡ଼େ ଯେବେ ତିନି ରଥ ॥ ଅସୀମ ଆନନ୍ଦ ଉଲ୍ଲାସ…

ଅଧିକ ପଢ଼ନ୍ତୁ
Mo Bou

ମୋ’ ବୋଉ

ମୋ’ ବୋଉ, ତୋ’ର ପଣତକାନିରେ ମୋ ଜୀବନ ବନ୍ଧା ଥାଉ, ତୋ’ର ସ୍ନେହର ବାରିଧାରା ସର୍ବଦା ମୋ ପାଇଁ ବହୁ; ମୋ’ ବୋଉ, ତୋ’ର ହସ ହସ ମୁହଁ ସଦା ମୋ ଆଖି ଆଗେ ଥାଉ, ତୋ’ର ଆଶୀର୍ବାଦରେ ମୋ ଜୀବନ ଆଲୋକିତ ହେଉ; ମୋ’ ବୋଉ, ତୋ’ର ଉତ୍ସର୍ଗ ମୋ ପାଇଁ କେବେବି ବୃଥା ନ ଯାଉ, ତୋ’ର ମାର୍ଗଦର୍ଶନରେ ମୋ ମନୋବଳ ଦୃଢ଼ ହେଉ; ମୋ’ ବୋଉ, ତୋ’ର ଶିକ୍ଷା ଓ ଆଦର୍ଶରେ ମୋ…

ଅଧିକ ପଢ଼ନ୍ତୁ