ଜଗନ୍ନାଥ ଚୌଧୁରୀ

ଜଗନ୍ନାଥ ଚୌଧୁରୀଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଜଣେ ସମାଜସେବୀ ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।

Kalank

କଳଙ୍କ

ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଲି, କି ସୁଖ ଅବା ପାଇଲୁ । ଜନନୀ, ଭଗିନୀ ଭଳି ବହୁମୁଖୀ ନାରୀକୁ, ଜୀଅନ୍ତା ନର୍କରେ ଠେଲିଦେଲୁ । କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି, ହେଲୁ କାମରୁପି ରାକ୍ଷାସ । ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି, ନାହିଁ କିରେ ତୋ ଅବଶୋଷ । ଜନନୀ ହୋଇ ଜନ୍ମ ଦେଲା ସିଏ, ମମତା ତା’ର ଅତଳସ୍ପର୍ଶୀ । ସେହି ନାରୀର ବିକଳ ଚିତ୍କାର, ଶୁଣି…

ଅଧିକ ପଢ଼ନ୍ତୁ
utha-utha-he-bira-putra

ଉଠ ଉଠ ହେ ବୀର ପୁତ୍ର

ଆଜିର ସମାଜେ ଆଉ ସେ ମହକ ନାହିଁ, ଭୁଲିଗଲେ ସବୁ ଆମ ଇତିହାସ ଖୋଜିଲେ ମିଳିବ କାହିଁ ॥୧॥ ଉଠ ହେ ବୀର ପୁତ୍ର ଧରି ଆସ୍ତ୍ର ତୁମର, ମନୁଷ୍ୟତା ହିଜଗଲା ଖୋଜି ବାହାର କର ॥୨॥ ଅନ୍ୟାୟ ବିରୁଦ୍ଧେ ଲଢ଼ି ବାଜି ଜୀବନ ଦେଲା ନାହିଁ, ଏଇଠି ଗାଆଁଠୁ ସହର ସୁବୁଠି ରାଜନୀତି ସମାଜ ସେବା ଆଉ ନାହିଁ ॥୩॥ ନାରୀଙ୍କୁ ଅପମାନ ଶବକୁ ଅସମ୍ମାନ କେବଳ ଅଛି ଏଇଠି ରହି, ଲୁହ ଥାଇ ଶରୀରେ…

ଅଧିକ ପଢ଼ନ୍ତୁ
manushya

ମନୁଷ୍ୟ

କାଗଜ ଟୁକୁଡ଼ା ସାଇତିଲୁ ବୋଲି କାହିଁକି ତୋ ଏତେ ଅହଂକାର, କାଗଜର କ’ଣ ହେବ ତରଳି ଯାଏ ଏଇଠି ଲୌହ ପଥର ॥ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ବଳି ଦେଇ ଗଢ଼ି ଦେଲୁ ଅଟ୍ଟାଳିକା, ସେବା ଭାବ ପାଇଁ ସମୟ ତୋ ନାହିଁ ତୁହି ସ୍ୱାର୍ଥପର ଏକା ତୁହି ସ୍ୱାର୍ଥପର ଏକା ॥ ଅନ୍ୟର ସେବା ପାଇଁ ଜନମିଥିଲୁ ଭୁଲିଗଲୁ ତୁ ତୋ କର୍ମ ଜାତି ପ୍ରଥା ନାଁ’ରେ ଝଗଡ଼ା କରାଇ ବିବାଦରେ ଆଣୁ ଧର୍ମ…

ଅଧିକ ପଢ଼ନ୍ତୁ