ଇତିଶ୍ରୀ ନାୟକ

ଇତିଶ୍ରୀ ନାୟକ ପେଶାରେ ଜଣେ ଦୂରଦର୍ଶନ ସମ୍ୱାଦ ଉପସ୍ଥାପିକା, ଯିଏକି ଏବେ ନ୍ୟୁଜ୍ 7ରେ କାର୍ଯ୍ୟରତ । ପୂର୍ବରୁ ସେ ଇ-ଟିଭି ଓଡ଼ିଆ ଓ MBC TV ଭଳି ଚେନାଲ୍‌ରେ କାର୍ଯ୍ୟ କରୁଥିଲେ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Barsa Au Tu (ବର୍ଷା ଆଉ ତୁ) by Itishree Nayak

ବର୍ଷା ଆଉ ତୁ

ବର୍ଷା ଆଉ ତୋ’ ଭିତରେ ଏ କେମିତିଆ ସମ୍ପର୍କ? ତୁ ଆସିଲେ ବର୍ଷା ଆସିଯାଏ ଆଉ ବର୍ଷା ଆସିଲେ କୋଉଠୁ କେଜାଣି ତୁ ଉଭା ହେଇଯାଉ । ତୋ’ ସହ ଅଗଣିତ ବର୍ଷାଜଡ଼ିତ ସ୍ମୃତି, କିଛି ସତ ଅନେକ କିଛି ସତ ଆଶାୟୀ ! ଏବେ କିନ୍ତୁ ସେମାନେ ଏକାକାର, ବର୍ଷାରେ ଭିଜୁଥିବା ଆଖି ଓ ତୋ’ ସ୍ମୃତିରେ ବର୍ଷୁଥିବା ଆଖିରେ କ’ଣ ବା ଫରକ୍ !? ତୋ’ ସହରରେ ଏବେ ବି କ’ଣ ସେମିତି ବର୍ଷା…

ଅଧିକ ପଢ଼ନ୍ତୁ
Tu au Mun

ତୁ ଆଉ ମୁଁ

ତତେ ଦେଖିବାକୁ କିଛି ଆଧାର କି ଲୋଡ଼ା, ତତେ ପାଖରେ ପାଇବାକୁ କିଛି ମାଧ୍ୟମର କି ଲୋଡ଼ା, ତୋତେ ଅନୁଭବ କରିବାକୁ ତୋ ଛୁଆଁର କି ଲୋଡ଼ା, ତୁ ତ ଅଛୁ ମୋ ଭିତରେ… ମୋ ସତ୍ତାର ପ୍ରତ୍ୟେକ ବିନ୍ଦୁରେ କେବଳ ତୋର ହିଁ ତ ଅସ୍ତିତ୍ୱ, ପ୍ରତିଟି ଆବେଗ ସହ ବନ୍ଧା କେବଳ ତୁ ହିଁ ତ ତୁ, ପ୍ରତିଟି ପ୍ରଶ୍ୱାସ ସହିତ ତୁ ହିଁ ତ ନିଜକୁ ଜାହିର କରିଚାଲିଛୁ, ମୋ ହୃଦୟରେ… ତା’ହେଲେ,…

ଅଧିକ ପଢ଼ନ୍ତୁ
କୋରୋନାର କରୁଣା

କରୋନାର କରୁଣା

ଆଜି କରୋନାକୁ ନେଇ ଆମେ ସମସ୍ତେ ବ୍ୟତିବ୍ୟସ୍ତ । କାରଣ, ଏ ନୋଭେଲ କରୋନାର ଭୂତାଣୁ ଏକଦମ୍ ନୂଆ । ଆଉ ପୁରୁଣା କରୋନାଠୁ ବହୁଗୁଣରେ ବଳଶାଳୀ ବି । ଯାହାକୁ ନେଇ ସାରା ବିଶ୍ୱର ଅନେକ ମୁଖିଆ ରାଷ୍ଟ୍ରମାନଙ୍କରେ ତାଟି-କବାଟ ପଡ଼ିଗଲାଣି । ଆଉ ଆମ ଦେଶ ବି ଇଟାଲି, ଆମେରିକା ଓ ସ୍ପେନ ଭଳି ଦେଶର ସ୍ଥିତି ଦେଖି ଶିଖିଛନ୍ତି, ସଂକ୍ରମଣ ଉପରୁ ନିୟନ୍ତ୍ରଣ ହରାଇବା ପୂର୍ବରୁ ଆଗୁଆ ପଦକ୍ଷେପ ସ୍ୱରୂପ ସମ୍ପୂର୍ଣ୍ଣ ଲକ୍‌ଡାଉନ୍…

ଅଧିକ ପଢ଼ନ୍ତୁ