ବର୍ଷାରୁ ବୈଶାଖ
ଏ ତ ବସନ୍ତର ଆସ୍ତେ ଛୁଆଁ ଜାଣ ବର୍ଷାକୁ । ଶେଫାଳି ସୁଗନ୍ଧ ସ୍ନେହ କିମ୍ବା ପ୍ରେମିକା ଗୋଲାପୀ ଓଠର ବର୍ଷାଛିଟା ପ୍ରେମ ବିନ୍ଦୁ, ଶୁଣ କାନପାତି ! କୁହୁକ ଡାକ ମନ ଦିଆନିଆର, ଏ ତ ବସନ୍ତ ! ବର୍ଷାର ଛାତିତଳ !!! ନୂଆ ନୂଆ ପ୍ରେମିକାର ସମର୍ପଣ ଛୁଇଁ ଯେବେ ଭାସିଯାଏ, ଅଲାଜୁକ ପବନଟି ବର୍ଷାରୁ ବସନ୍ତ ଯାଏ । ହାଏ… ସେ ପ୍ରେମିକପ୍ରବର ମନ ! ସତେ କି ବୈଶାଖର ଚାପା ଗୁଞ୍ଜରଣ…