ହିମାଂଶୁ ଭୂଷଣ ସାହୁ

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Pabitra Jibana (ପବିତ୍ର ଜୀବନ) by Himanshu Bhusan Sahoo

ପବିତ୍ର ଜୀବନ

◆ ରାକ୍ଷୀ’ର ମହତ୍ତ୍ୱ ଜଣା ନଥିଲା । ସମସ୍ତେ ହାତରେ ବାନ୍ଧି ବୁଲୁଥିଲେ, ଜେଜେମା’କୁ ନେଇ ପଚାଶ ପଇସାରେ ଗୋଟିଏ ରାକ୍ଷୀ କିଣିଆଣି ବୋଉକୁ କହିଥିଲି, “ମୋ ହାତରେ ଶୀଘ୍ର ବାନ୍ଧିଦେ, ମୁଁ ଖେଳିବାକୁ ଯିବି ।” ◆ ଟିକେ ଜାଣିବାଶୁଣିବା ହେଲା ବେଳକୁ ସାନ ଭଉଣୀର ଜନ୍ମ । ମାତ୍ର ୬ମାସ ବେଳକୁ ପଡ଼ିଲା ରାକ୍ଷୀପୁର୍ଣ୍ଣିମା । ଜଗନ୍ନାଥଙ୍କ ଫଟଥିବା ଗୋଟିଏ ରାକ୍ଷୀ ନେଇ ପହଞ୍ଚିଲି ତା’ ଝୁଲା ପାଖରେ । ସାନବୋଉ ହସିଦେଇ କହିଲେ, “ସେ ବଡ଼ ହେଉ, ତୋ’ ହାତରେ…

ଅଧିକ ପଢ଼ନ୍ତୁ
Odia Story Jama Budha (ଯମ ବୁଢ଼ା) by Himanshu Bhusan Sahoo

ଯମ ବୁଢ଼ା

ଏକ କୋଳାହଳ ଶୀତଳ ସନ୍ଧ୍ୟାରେ ଆମେ ଭେଟିଥିଲୁ ତାକୁ । ଗଉଡ଼ ଘର ଦାଣ୍ଡ ପିଣ୍ଡାରେ ଓହଳା ଯାଇଥିବା ଦଦରା ବାଉଁଶ ଓଦର ପାଖ ଦୁଇଚାରି ଘଷିବସ୍ତା ପାଖରେ । ମଙ୍ଗଳା ମଣ୍ଡପର ରୁଗ୍ଣ ଠେକା ଭିଡ଼ା ଭଳି ଛାତ ତଳୁ ପିଣ୍ଡାର ଦୂରତା ମାତ୍ର ପଚାଶ ହାତ ସରିକି । ଫିକା ଜହ୍ନ ଆଲୁଅ କିମ୍ବା ବାରିକ ଘର ଡିବିରି ଆଲୁଅର ଛିଟାରେ ସେ ଦେଖାଯାଉଥାଏ ଗୋଟିଏ ବଣଭାଲୁ ଭଳି । ଭୟାନକ, ଦୁର୍ଦ୍ଦଶ ଏବଂ ସକଳ ସଂସାର ପାପର ଶାସ୍ତିଦାତା…

ଅଧିକ ପଢ଼ନ୍ତୁ
Odia Poem Barsaru Baisakha (ବର୍ଷାରୁ ବୈଶାଖ) by Himanshu Bhusan Sahoo

ବର୍ଷାରୁ ବୈଶାଖ

ଏ ତ ବସନ୍ତର ଆସ୍ତେ ଛୁଆଁ ଜାଣ ବର୍ଷାକୁ । ଶେଫାଳି ସୁଗନ୍ଧ ସ୍ନେହ କିମ୍ବା ପ୍ରେମିକା ଗୋଲାପୀ ଓଠର ବର୍ଷାଛିଟା ପ୍ରେମ ବିନ୍ଦୁ, ଶୁଣ କାନପାତି ! କୁହୁକ ଡାକ ମନ ଦିଆନିଆର, ଏ ତ ବସନ୍ତ ! ବର୍ଷାର ଛାତିତଳ !!! ନୂଆ ନୂଆ ପ୍ରେମିକାର ସମର୍ପଣ ଛୁଇଁ ଯେବେ ଭାସିଯାଏ, ଅଲାଜୁକ ପବନଟି ବର୍ଷାରୁ ବସନ୍ତ ଯାଏ । ହାଏ… ସେ ପ୍ରେମିକପ୍ରବର ମନ ! ସତେ କି ବୈଶାଖର ଚାପା ଗୁଞ୍ଜରଣ !!! ଲାଜେ କହିଦିଏ ନବବଧୂ ଲାଲ୍ ଗୋଲାପୀ ପ୍ରେମ…

ଅଧିକ ପଢ଼ନ୍ତୁ
Odia Story Jati (ଜାତି) by Hrimanshu Bhusan Sahoo

ଜାତି

ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର ପୋଷାକରେ ଯେଉଁ ଆଇନା ଖଞ୍ଜା ହୋଇଛି ସେଥିରେ…

ଅଧିକ ପଢ଼ନ୍ତୁ
Asahaya Mahabala - ଅସହାୟ ମହାବଳ

ଅସହାୟ ମହାବଳ

ନିଶ୍ଚନ୍ତାର ପାଦଦେଶେ ହେଉ କିମ୍ବା ଆମ ଗାଁ ମଶାଣୀର ଦୂରେ ଥିବା ସେ ଗାଇଦାଣ୍ଡି କଇଁଆଧାଡ଼ି । ସେ ଯେବେ ତା’ ନିଶ ଫୁଲେଇ ବପୁ ଫୁତ୍କାରି, ରଢ଼ ନିଆଁ ଭଳି ଆଖି ଦୁଇଟିର ଡୋଳା ବାହାର କରି ଦୁମ୍ ଦୁମ୍ ହୋଇ ଚାଲେ, ଆମେ ଛୁଆପିଲା ସବୁ ଲୁଚିଯାଉ, କଣ୍ଟେଇ କୋଳି ତକ ଆମ ସାର୍ଟ ଏକ ବୋତାମ ଖୋଲା ଅଣ୍ଟିରୁ ବିଞ୍ଚିହୋଇପଡ଼େ ମଲା ଘାସ ଉପରେ । ବେକରେ ଘଣ୍ଟି ପଡ଼ିଥିବା ଓଲେଇ ଗାଈ ହେଉ କିମ୍ବା…

ଅଧିକ ପଢ଼ନ୍ତୁ