ଗୁପ୍ତେଶ୍ୱର ଚାନ୍ଦ

କବି ଶ୍ରୀ ଗୁପ୍ତେଶ୍ୱର ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Bhajan Nila Saila Chudamani (ନୀଳ ଶୈଳ ଚୂଡ଼ାମଣି) by Gupteswar Chand

ନୀଳ ଶୈଳ ଚୂଡ଼ାମଣି

ନୀଳ ଶୈଳ ଚୂଡ଼ାମଣି ଘେନ ଦୀନ ଗୁହାରୀ । ମହା ସଙ୍କଟ ସିନ୍ଧୁରୁ ବେଗେ କର ହେ ପାରି ॥ ଚାହୁଁ ଚାହୁଁ ଦୁଃଖ-ରାହୁ ସୁଖ-ଶଶୀ ଗ୍ରାସଇ । ଚିନ୍ତା-ସାଗରେ ଜୀବନ- ନଉକା ମୋ ଭାସଇ ॥ କୂଳେ ଲଗାଅ ତୁରିତେ ଦୟା ଦୃଷ୍ଟିରେ ଚାହିଁ । ତୁମବିନା ଏ ସଂସାରେ ତ୍ରାଣ କର୍ତ୍ତା କେ ନାହିଁ ॥ ମହା ମହା ବିପଦରୁ କରି ଅଛ ଉଦ୍ଧାର । ସମଗ୍ର ସଂସାର ପାଇଁ ବାରେ କରୁଣା କର ॥ କେତେ ନିଷ୍ପାପ ନିରୀହ…

ଅଧିକ ପଢ଼ନ୍ତୁ
Odia Bhajan Ranga Pasara (ରଙ୍ଗ ପସରା) by Gupteswar Chand

ରଙ୍ଗ ପସରା

ବରଷକେ ବାର ମାସ ଛଅ ଋତୁ ପରବର ସଂଖ୍ୟା ତେର । କଳା ଦିଅଁ ଭାଇ ଭଉଣୀଙ୍କ ସାଥେ ବିଜେ ନିଜେ ଶ୍ରୀ କ୍ଷେତ୍ରର ॥ ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ କରିଥାନ୍ତି ଲୀଳା ଖେଳା । ଅନାଥର ନାଥ ପ୍ରଭୁ ଜଗନ୍ନାଥ କି ସୁନ୍ଦର ଚକାଡୋଳା ॥ ଭକତର ପ୍ରାଣ ଶ୍ରୀ ବଂଶୀ ବଦନ କଳାକୁ କରନ୍ତି ଧଳା । ଆଖି ପିଛୁଳାକେ ଅଭାବ ହରନ୍ତି କରୁଣାମୟୀ କମଳା ॥ ସୁଦାମା ଦରିଦ୍ର ଦୁଃଖ କଲେ ଦୂର ଏହି…

ଅଧିକ ପଢ଼ନ୍ତୁ
Odia Poem Punyara Prbhaba (ପୂଣ୍ୟର ପ୍ରଭାବ) by Gupteswar Chand

ପୂଣ୍ୟର ପ୍ରଭାବ

ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି କିଣିବ ଯେ ନାଇଁ ସିଏ । ସ୍ୱାର୍ଥ ପଣ ତେଜି କଲେ ପରସେବା ପୂଣ୍ୟଟି ଅରଜି ହୁଏ ।୧। ପରମ ବ୍ରହ୍ମ ପରା ପୂଣ୍ୟର ପସରା ମେଲି ଦେଇଛନ୍ତି ଭାବେ । ଭାବ ଲଗାଇ ତୁ ଭାବଗ୍ରାହୀ ସାଥେ ବସିବୁ ପୂଣ୍ୟର ନାବେ ।୨। ଭାବ ବିନୋଦିଆ ଏ ଭବ ସଂସାର ସାଗରେ ନାଉରୀ ସାଜି । ପାରି କରୁଛନ୍ତି କରୁଣା କରିଣ ବୁଝି ପାରୁନୁ କି ପାଜୀ ।୩। ନିଶ ଦାଢ଼ି ରଖି ହୋଇଲେ ବାବାଜୀ…

ଅଧିକ ପଢ଼ନ୍ତୁ
Odia Bhajan Bhakata Batsala Hari 9ଭକତ ବତ୍ସଳ ହରି) by Gupteswar Chand

ଭକତ ବତ୍ସଳ ହରି

ଭକତକୁ ଛାଡ଼ି ରହି ନ ପାରନ୍ତି ଭକତ ବତ୍ସଳ ହରି, ସଲିଳ ବିହୁନେ ମୀନ ହୁଏ ଯେହ୍ନେ ପ୍ରଭୁଙ୍କ ଦଶା ସେପରି ।୧। କାୟା ବିନା ଛାୟା ରହି ନ ପାରଇ ଯେସନେ କ୍ଷଣକ ପାଇଁ, ଭକତ ବିରହେ ଅଧୀର ହୁଅନ୍ତି ତେସନେ ଜଗତ ସାଇଁ ।୨। ମୁହୂର୍ତ୍ତକ ଲାଗି ହୁଏ ତ ଭକତ ଭାବରେ ହେଲେ ଅନ୍ତର, ଦୀନ ବନ୍ଧୁ କେବେ ସହି ନ ପାରନ୍ତି ବିଚ୍ଛେଦ ତିଳେ ମାତର ।୩। ଏକଇ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଭକ୍ତ…

ଅଧିକ ପଢ଼ନ୍ତୁ
Odia Poem Priti Parabare (ପ୍ରୀତି ପାରାବାରେ) by Gupteswar Chand

ପ୍ରୀତି ପାରାବାରେ

ତିରସ୍କାର କା’ରେ କର ନାହିଁ ଭାଇ ଆମେ ତ ସରବେ ବିଭୂ ସନ୍ତାନ । ତିରସ୍କାର କଲେ ବଢ଼ିଯିବ କି ହେ ସମାଜରେ ଆମ ମାନ ସମ୍ମାନ ।୧। ଯେହ୍ନେ ଉପବନେ ନାନା ଜାତି ପୁଷ୍ପ ବିକଶିତ ହୋଇ ବିତରେ ବାସ । କେଉଁ କୁସୁମଟି କରେ ଅଭିମାନ ଦେଖିଛକି କେବେ ହୁଏ ବିଶ୍ୱାସ ।୨। ରୂପ ରଙ୍ଗ ସିନା ଅଲଗା ଫୁଲର ପରିଚୟ ପରା ଏକଇ ତା’ର । ଜୀବନର ଲକ୍ଷ୍ୟପଥେ ଆଗେଇ ସେ ହସି ହସାଏ କରି ଆପଣାର ।୩। ଗରବ କରେନି…

ଅଧିକ ପଢ଼ନ୍ତୁ