ଡୁଲେଶ୍ୱର ସାହୁ

ଡୁଲେଶ୍ୱର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Kape Chaha (କପେ ଚାହା) by Duleswar Sahu

କପେ ଚାହା

ସକାଳ ପାହିବା ମାତ୍ରେ ମୁଁ ତତେ ହିଁ ଅନୁଭବି ପାରେ ଜହ୍ନର ଜ୍ୟୋସ୍ନାରେ ଜଙ୍ଗଲର ଅଦ୍ଭୁତ ଓ ଅନାବୃତ ପକ୍ଷୀ ମାନଙ୍କର ପ୍ରେମରେ । ସକାଳୁ ସକାଳୁ ଗୁଡ୍ ମର୍ନିଙ୍ଗ୍ ନୁହେଁ ବରଂ କପେ ଚାହା ହେଲେ ଜୀବନକୁ ଶାନ୍ତି ମିଳେ ଭରପୁର ମଜା ଲାଗେ ଲାଗେ ମତେ ଗୋଲାପର ପ୍ରେମରେ ପ୍ରେମିକ ପାଲଟି ଯାଇଛି । ତା’ ଧୂଆଁ ଧୂଆଁ ନୁହେଁ ମତେ ଆଉଁସି ଦେଉଥିବା ଗୋଟେ ଅଜସ୍ର ପ୍ରେମର ହାତ ପାପୁଲି ଓଃ !…

ଅଧିକ ପଢ଼ନ୍ତୁ
Odia Poem Corona-re RathaJatra (କରୋନାରେ ରଥଯାତ୍ରା) by Duleswar Sahu

କରୋନାରେ ରଥଯାତ୍ରା

ଠାକୁରଙ୍କ ପାଖେ ନାହିଁ ଆଜି ଭକ୍ତ କରୋନା ପାଇଁ ଯେ ଡର ହସଠୁ ବି ସେ ପ୍ରଚଣ୍ଡ ହସୁଛି ମନୁଷ୍ୟଙ୍କୁ ଭାରି ଡର ॥ କୋଟିକୋଟି ଭକ୍ତ ଛିଡ଼ା ବଡ ଦାଣ୍ଡେ ଚାଲୁଥିଲା ରଥଯାତ୍ରା ଆଜି ସେବକଙ୍କୁ ଛାଡ଼ି ଭକ୍ତନାହଁ ପାଖେ ବଡ଼ ଦାଣ୍ଡ ଦିଶେ ଖୋଲା ॥ ଗ୍ରାସିଲା କରୋନା ବିଶ୍ଵକୁ ଆମର ଚାରିଆଡ଼େ ହାହାକାର ଇଶ୍ଵରଙ୍କୁ ଛାଡ଼ି ଭକ୍ତ ନାହିଁ ପାଖେ ଭକତ ହୋଇଲା ଦୂର ॥ ସାଇତିଛି ଆଜି ରଙ୍ଗ ବେରଙ୍ଗରେ ସଜ…

ଅଧିକ ପଢ଼ନ୍ତୁ
Balaban-Corona

ନିଜକୁ ବଳବାନ ଭାବୁଛି କରୋନା

ନିଜକୁ ବଳବାନ ଭାବି ବଞ୍ଚୁଥିବା ଏକ ମାରାତ୍ମକ ଭାଇରସ୍ ନାଁ ତା’ର କରୋନା ॥ ହଜାର ହଜାର ସ୍ଵପ୍ନଦେଖି ହସ ମୁହଁରେ ଘୁରି ବୁଲୁଛି ସାଜିଛି ଉଡ଼ନ୍ତା ଏକ୍ଲାପକ୍ଷୀ ସାରା ବିଶ୍ୱରେ ସାଜିଛି ସ୍ୱାର୍ଥପର, ଶତ୍ରୁତା ଏବଂ ଜୀବନର ମୃତ୍ୟୁଞ୍ଜୟ ॥ ଗୋଟେ ପରିବାର ଭଳି ବଞ୍ଚୁଥିବା ସାଧାରଣ ମନୁଷ୍ୟକୁ ଅସହାୟ, ଦୁଃଖିତ ଆଖିରୁ ଲୁହ ଝରେଇ ଦେଇ ପାରିଛି ମହାମାରି କରୋନା ॥ ଯୁଗଥିଲା ଲୋକେ ଦାଦନ ଖଟି ବଞ୍ଚିବା ଶିଖୁଥିଲେ ଏବେ ହସ ମୁହଁରେ…

ଅଧିକ ପଢ଼ନ୍ତୁ