ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।

Odia Poem Parisamaptira Purbaru (ପରିସମାପ୍ତିର ପୂର୍ବରୁ) by Dibyashree Biswaabandya Jena

ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ ସବୁକିଛି ପୁଣି କାହିଁକି ଜୀବନ୍ତ ହୋଇଉଠେ ! ସ୍ମୃତିର ବକ୍ଷ ଚିରି ଅତୀତ ଆଜି ଭାସି ଉଠେ ଜଳଜଳ କରି ଆଖି ଆଗରେ । ଇତିର ଅୟମାରମ୍ଭ ଆଗରୁ ଆରମ୍ଭ କାହିଁକି ଆଜି ପୁନଶ୍ଚ ସ୍ଵପ୍ନ ଦେଖାଏ ଆଉ ଏକ ନୂଆ ଆରମ୍ଭର ! ଭିନ୍ନ ମୋଡ଼ ନେବାକୁ ଚାହେଁ ଗତିପଥ ଜୀବନର, ବଦଳାଇଦେବାକୁ ଚାହେଁ ରୂପ ଇତିର । ନାଟକରେ ଯବନୀକା ପଡ଼ିବା ଆଗରୁ ଶେଷ ଦୃଶ୍ୟର ଠିକ ଆଗରୁ ଭାସିଉଠନ୍ତି…

ଅଧିକ ପଢ଼ନ୍ତୁ
Odia Poem Premara Paribhasa (ପ୍ରେମର ପରିଭାଷା) by Dibyashree Biswabandya Jena

ପ୍ରେମର ପରିଭାଷା

ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି କହି କି ପାରିବ? କେମିତି ଦ୍ରବ୍ୟ ସେ ପ୍ରେମ ସେ କ’ଣ ବାଣିଜ୍ୟ ଉଦ୍ଦିଷ୍ଟ ପଣ୍ୟ ନା ସମ୍ପର୍କର ହାଟରେ ମୂଲ୍ୟହୀନ ଅବା ଦୁର୍ମୂଲ୍ୟ ! ଏଇ ଯେ ତୁମେ କୁହ ପ୍ରେମ ପ୍ରେମ ବୋଲି ବୁଝାଇ କି ପାରିବ? ଭାବ ସେ ପ୍ରେମର ସେ କ’ଣ ଶାଶ୍ଵତ ଚିରନ୍ତନ ନା କ୍ଷଣିକର ଆକର୍ଷଣ ଅବା ଭ୍ରାନ୍ତ ମନର ଏକ ଭ୍ରମ ! ଏଇ ଯେ ତୁମେ…

ଅଧିକ ପଢ଼ନ୍ତୁ
Odia Poem Byatita Barsa (ବ୍ୟତୀତ ବର୍ଷ) by Dibyashree Biswabandya Jena

ବ୍ୟତୀତ ବର୍ଷ

ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ । କେବେ ଖୁସିର ଜୁଆର କେବେ ଦୁଃଖର ସାଗର । ସମୟ ଯୋଡ଼ିଦେଲା କାହା ସଂସାର ସମୟ ସ୍ରୋତରେ ଉଜୁଡିଲା କା’ ସଂସାର । କେବେ ଶୂନ୍ୟ କେବେ ପୂର୍ଣ୍ଣ ବିତିଗଲା ଦିନ ପରେ…

ଅଧିକ ପଢ଼ନ୍ତୁ
Odia Poem Abhabi Sahara (ଅଭାବୀ ସହର) by Dibyashree Biswabandya Jena

ଅଭାବୀ ସହର

ଭାରି ଅଭାବୀ ସହର ଇଏ । ଏତେ କୋଳାହଳ ଭିତରେ ବି ଅନୁଭୂତ ହୁଏ ଭୀଷଣ ଏକ ନୀରବତା ଏତେ ରଙ୍ଗରେ ରଙ୍ଗାୟିତ ଅଥଚ ସବୁ ଲାଗେ ଫିକା ଫିକା । ନାହିଁ ନାହିଁର ସହରରେ ସବୁ ଅଛି, ପୁଣି କିଛି ନାହିଁ । ଯୁଆଡ଼େ ଦେଖ, ମଣିଷର ଭିଡ଼ ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ । ଜୀବନ ଅଛି, ହେଲେ ସେ ନିର୍ଜୀବ ସେ ଚଳିଷ୍ଣୁ, ହେଲେ ଜଡ଼ । ଖାଦ୍ୟ ଅଛି, ଭୋକ…

ଅଧିକ ପଢ଼ନ୍ତୁ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ’ ପାଦ ବି ଅଟକିଗଲା ଆଉ ମୋ’ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ’ ବାଟରେ ଚାଲିଗଲୁ ଆଉ ମୁଁ ମୋ’ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ…

ଅଧିକ ପଢ଼ନ୍ତୁ