ଚିତ୍ତରଂଜନ ବାରିକ

ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Pranaya Ingita (ପ୍ରଣୟ-ଇଙ୍ଗିତ) by Chittaranjan Barik

ପ୍ରଣୟ-ଇଙ୍ଗିତ

ରାତି ନିରବତା ଭାଙ୍ଗି ଖେଳୁଥିବ, ଧକ୍ ଧକ୍ ସେଇ ଶବ୍ଦ । ପ୍ରୀତିର ଧାରେ ସ୍ପନ୍ଦନ ସିଏ, ଦୁଇ ହୃଦୟରୁ ଲବ୍ଧ ॥ ସ୍ୱପ୍ନିଳ ତୁମ ମୁଖ ଦର୍ପଣେ, ଖୋଜୁଥିବି ମୋର ଚିତ୍ର । ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ, ହୋଇ ବନ୍ଧନ ମୁକ୍ତ ॥ କେବେ ଦେଉଥିବ ଇଙ୍ଗିତ ସିଏ, କେବେ ହେଉଥିବ ଶ୍ରାନ୍ତ । ଶାନ୍ତ ନିରୀହ ନୟନ ଦ୍ୱୟ, ଭିନ୍ନ ନିଶାରେ ମତ ॥ ଚିବୁକ ଅଧରେ ପ୍ରେମର ଝଲକ, ସ୍ପଷ୍ଟ ହେଉଥିବ ବାରି । ଚିବୁକେ ଚୁମ୍ବନ…

ଅଧିକ ପଢ଼ନ୍ତୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ ଏ କଲମର କାଳୀ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଅଯୋଗ୍ୟ ବର୍ଣ୍ଣ ଦେବାକୁ ତୁମ କଥା ଲେଖିବାକୁ । ପୃଷ୍ଠ ଦେଶେ ସୁଷୁମ୍ନାକ ବାମ ପାଖରୁ ମସ୍ତିଷ୍କ ଆନ୍ଦୋଳିତ ଭାବିବାକୁ ତୁମ କଥା ଲେଖିବାକୁ । ବନ ମଧ୍ୟେ ଲାଜକୁଳୀ ଶରୀରରେ ସ୍ନାୟୁ ପୁଣି ଅଥୟ ସମ୍ୱେଦନା ଦେବାକୁ ତୁମ କଥା ଲେଖିବାକୁ । – ଚିତ୍ତରଞ୍ଜନ ବାରିକ ଚିତ୍ତରଂଜନ ବାରିକଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ…

ଅଧିକ ପଢ଼ନ୍ତୁ
Odia Poem Chalaghara (ଚାଳ ଘର) by Chittaranjan Barik

ଚାଳ ଘର

ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା’ ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା’ ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା’ ସୁବର୍ଣ୍ଣ ନଡ଼ାର ମୁକୁଟ । ଲୋଡ଼ା ନାହିଁ ମୁକୁତା, ରତ୍ନପଥର ଓ କୋହିନୂର ମଣି, ବାସ୍ କେଇ ଖଣ୍ଡ ବାଉଁଶ, ଶେଣି କାଣ୍ଡ ଆଦି କରିପାରେ ତା’ ମସ୍ତକ ଛାଉଣି । ଲୋଡ଼ା ନାହିଁ ସୁନାର ଚାଦର ତୋଳିବାକୁ ତା’ କିରୀଟ, ମାତ୍ର…

ଅଧିକ ପଢ଼ନ୍ତୁ
Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ’ ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ, ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ ମୋ ହୃଦୟର ପଛକୁ, ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ । ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ ତୋ’ ଛଳନାବୋଳା ରଶ୍ମିକୁ,…

ଅଧିକ ପଢ଼ନ୍ତୁ
Odia Poem Mo Gaon (ମୋ ଗାଁ) by Chittaranjan Barik

ମୋ ଗାଁ

ପୂର୍ବାକାଶେ ବାଳରବି ଅପରୂପ ଉଷା ଛବି ଆଙ୍କି ଦେଇଅଛି ଯେହ୍ନେ ମାନସ ହସ୍ତେ, ବିଛାଇ କଂସାରି ଲତା ଶେଫାଳୀ ଶିଶିର ସ୍ନାତା କରେ ସେ ଉଷା ବନ୍ଦନା ଆନନ୍ଦ ଚିତ୍ତେ, ହାତେ ଧରି ଔତ୍ସୁକ୍ୟ ମୋତି ଅନୁପଲା ଦେଖାଏ ତା’ ବାତ୍ସଲ୍ୟ ପ୍ରୀତି ।୧। ପଶ୍ଚିମୁ ଆଦ୍ୟ ପାଇକା ତୀରରେ ହସଇ ମକା କ୍ଷେତ ଦିଶେ ଯେହ୍ନେ ଛାୟା ମିଶ୍ରିତ ଛବି, ନବବଧୂ ସ୍ନାନ ସାରି ଲାଜକୁଳି ଲତା ପରି ଯାଆନ୍ତି ନିଜ କୁଟିରେ ବିଭୁଙ୍କୁ ଭବି, ଅଗଣାରେ…

ଅଧିକ ପଢ଼ନ୍ତୁ