ପ୍ରଣୟ-ଇଙ୍ଗିତ
ରାତି ନିରବତା ଭାଙ୍ଗି ଖେଳୁଥିବ, ଧକ୍ ଧକ୍ ସେଇ ଶବ୍ଦ । ପ୍ରୀତିର ଧାରେ ସ୍ପନ୍ଦନ ସିଏ, ଦୁଇ ହୃଦୟରୁ ଲବ୍ଧ ॥ ସ୍ୱପ୍ନିଳ ତୁମ ମୁଖ ଦର୍ପଣେ, ଖୋଜୁଥିବି ମୋର ଚିତ୍ର । ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ, ହୋଇ ବନ୍ଧନ ମୁକ୍ତ ॥ କେବେ ଦେଉଥିବ ଇଙ୍ଗିତ ସିଏ, କେବେ ହେଉଥିବ ଶ୍ରାନ୍ତ । ଶାନ୍ତ ନିରୀହ ନୟନ ଦ୍ୱୟ, ଭିନ୍ନ ନିଶାରେ ମତ ॥ ଚିବୁକ ଅଧରେ ପ୍ରେମର ଝଲକ, ସ୍ପଷ୍ଟ ହେଉଥିବ…