ବିଶ୍ୱନାଥ କିଙ୍କର ରାଉତ

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tuma Akahara Janha Mun (ତୁମ ଆକାଶର ଜହ୍ନ ମୁଁ) by Biswanath Kinkar Rout

ତୁମ ଆକାଶର ଜହ୍ନ ମୁଁ

ତୁମ ଆକାଶର‌ ଜହ୍ନ ମୁଁ ହଜି ଯାଇଛି ମେଘ ମାଳାରେ, ରାତ୍ରୀ ଗୋପନେ ମେଘ ହଟିଗଲେ ଫେରିବି ଅମୃତ ବେଳାରେ ॥ ସାମୟିକ ଆମ ବିରହ ବିଚ୍ଛେଦ ମଳୟର ଗନ୍ଧେ ପୁଲକିତ, ପ୍ରାଣର ଉଷ୍ମତା, ଅପ୍ରତିମ ସ୍ନେହ ମର୍ମ ଭାବାବେଗ ବିଜଡ଼ିତ ॥ ଆସିବି ନିଶ୍ଚୟ ସ୍ୱପ୍ନକୁ ତୁମର କରିବାକୁ ଶଙ୍କା ଦୂରୀଭୂତ, ମିଳନ ବୁଭୁକ୍ଷୁ ଅଶରୀର ମୋହ କରିବ ତୁମକୁ କବଳିତ ॥ ପ୍ରେମ ଆଲିଙ୍ଗନେ ହଜିଯିବ ତୁମେ ମୋର ଶ୍ୱେତ ସ୍ନିଗ୍ଧ ଜୋଛନାରେ, ଅଳପ…

ଅଧିକ ପଢ଼ନ୍ତୁ
Mo Bou (ମୋ ବୋଉ) by Viswanath Kinkar Rout

ମୋ ବୋଉ

ଦିନ ୧୧ଟାରେ ଘରେ ପହଞ୍ଚିଲି । ଭିତରକୁ ପଶୁପଶୁ ବାପା ପଚାରିଲେ, “କିରେ ! ସକାଳ ୭ଟାରେ ପହଞ୍ଚିବୁ କହିଥିଲୁ । ଲେଟ୍ କାହିଁକି ହେଲା?” ମୁଁ କହିଲି, “କୋଣାର୍କ ଏକ୍ସପ୍ରେସ୍ ଲେଟ୍‌ରେ ଆସିଲା । ଟିକୁ ଆଉ ଝିଅ (ମୋ ସାନ ଭାଇ ଓ ଭଉଣୀ) ତ ସ୍କୁଲ ଯାଇଥିବେ । ବୋଉ କୁଆଡ଼େ ଗଲା କି?” “ବୋଧେ ସେପଟ ରୋଷେଇ ଘର ଚାଳିରେ ଥିବ । ବାଟରେ କିଛି ଖାଇ ନଥିବୁ ତ? ହଉ ଯା, ଗାଧୋଇ ପାଧୋଇ ଖାଇସାରେ । ପରେ କଥା…

ଅଧିକ ପଢ଼ନ୍ତୁ
Jibana (ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍) Odia Poem by Biswanath Kinkar Rout

ଜୀବନ: ଲୁହ, ହସ ଓ ଯନ୍ତ୍ରଣାର ସରବତ୍

!! ୧ !! ସହନଶକ୍ତିର ପ୍ରସ୍ତର ଯେବେ ତରଳି ଯାଏ ଧୈର୍ଯ୍ୟର ବନ୍ଧ ଭାଙ୍ଗି ପ୍ଲାବିତ କରିଦିଏ ସୁନ୍ଦର ଢଳ ଢଳ ନୟନ ରାଇଜକୁ ତାକୁ ସମସ୍ତେ କହନ୍ତି “ଲୁହ” । !! ୨ !! ଯେବେ କେବେ ପୂର୍ଣ୍ଣତାର ବାରି ସିଞ୍ଚି ହୋଇଯାଏ ମନ ବଗିଚାରେ, ଉଚ୍ଛ୍ୱାସର ବୀଜଟିଏ ଉଙ୍କି ମାରେ, ବୟଃ କ୍ରମେ, ଖୁସିର ଗୋଲାପଟିଏ ଫୁଟି ଉଠେ ଅଧର ବୃକ୍ଷରେ, ଆଉ ତା’ ରଙ୍ଗରେ ରଙ୍ଗୀନ ହୋଇଯାଏ ଚିବୁକ ରାଇଜ, ତାକୁ ସମସ୍ତେ କହନ୍ତି “ହସ” । !!…

ଅଧିକ ପଢ଼ନ୍ତୁ
Surjyamukhi Chadhei o Kabi

ସୂର୍ଯ୍ୟମୁଖୀ ଚଢ଼େଇ ଓ କବି

ଚଢ଼େଇଟିଏ ଉଡ଼ୁଛି ସିଧା ଶୂନ୍ୟକୁ, ମହାଶୂନ୍ୟର ଆହୁରି ଉପରକୁ, ସୂର୍ଯ୍ୟ ସମ ଜ୍ୱଳନ୍ତ କିରଣ ସମ ଉତ୍ତପ୍ତ ଆଉ ଦିବସ ସମ ଉଜ୍ଜ୍ୱଳ ହେବାକୁ । କବିଟିଏ ଚାହିଁଛି ସମବେଦନାର ଶ୍ରାବଣୀରେ ପୃଥିବୀ ଭିଜୁଛି, କବିତାର ସ୍ଫୁଲିଙ୍ଗ ଛୁଟୁଛି । କିଛି ବୁଝି ପାରୁନି କି କିଛି ଦେଖିପାରୁନି ଅବୁଝା ଚଢ଼େଇଟି କେବଳ ଉଡ଼ୁଛି ଆଉ ଉଡ଼ୁଛି ॥ X X X X X X X X X X ଏବେ କିନ୍ତୁ ସେ ଖସୁଛି ତଳକୁ…

ଅଧିକ ପଢ଼ନ୍ତୁ
Atmahatya

ଆତ୍ମହତ୍ୟା

କହିବାର ଅଛି ଯଦି କହିଦିଅ ଆଉ ହୁଏତ ଫେରିବନି ଏ ସମୟ, “ନା” ହେବାର ଆଶଙ୍କାରେ କେତେଦିନ ଆତଙ୍କିତ ହେବ ହୃଦୟ ॥ ପରେ ପଶ୍ଚାତାପ ହେବ ନିଶ୍ଚେ ଜହ୍ନ ଆକାଶରୁ ଚାଲିଗଲା ପରେ, ନା ହେଇଗଲେ ପ୍ରତୀକ୍ଷା ସରିଯିବ, ବ୍ୟଥିତ ହେବନି ଅକୁହା ବେଦନାରେ ॥ ଆଉ ଯଦି “ହଁ” ହୋଇଯାଏ, ଜୀବନ ପଲ୍ଲବିତ ହେବ ପ୍ରେମର ରଙ୍ଗରେ, ବଦଳିଯିବ ଦୁଇଟି ଜୀବନ, ଦୁଇ ମନ ଏକ ହେବ ସ୍ନେହ ବନ୍ଧନରେ ॥ ଧୈର୍ଯ୍ୟର ବନ୍ଧ…

ଅଧିକ ପଢ଼ନ୍ତୁ