ତାଳପଦେଶ୍ୱରୀ
ବୋଧହୁଏ ଗୋଟେ ଯୁଗ ପରେ, ସମୟର ବିପରୀତେ, ସାହସ ଜୁଟାଇ ହଜିବାକୁ, ଯାଇଥିଲି ଏକାନ୍ତରେ ଖୋଜିବାକୁ, ନିରେଖିବାକୁ, ଟିକେ ଛୁଇଁବାକୁ, ସୌଧ ଯାହା ଗଢ଼ିଯାଇଥିଲ ହାତ ଧରି, ମୋ ଶ୍ୱାସର ଉତ୍ତେଜନାକୁ ପ୍ରଶାନ୍ତ କରି, ଜଳୁଛି ଜାଗର ମହାଦୀପର ଲେଲିହାନ ଶିଖା ପରି ସେ, ନା ଶ୍ମଶାନର ଜୁଇ ପାଉଁଶ ସମ ଦିଶେ । ଅସହାୟ ହାୟ ସମୟ ! ଅପରିବର୍ତ୍ତିତ ଲାଗେ ଅନେକ କିଛି, ସମୟର ନୃଶଂସ ଝଡ଼ ପରେ ବି, ସେଇ ରଙ୍ଗଣୀ ଫୁଲ…