ବିନୟ ମହାପାତ୍ର

ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍‌ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।

Odia Poem Alandhu (ଅଳନ୍ଧୁ) by Binay Mohapatra

ଅଳନ୍ଧୁ

ଭାବିଥିଲି, ସବୁଜାକ ଅଳନ୍ଧୁ ଝାଡ଼ିଦେଲା ପରେ, ଘର ମୋର ପରିଷ୍କାର ହୋଇଯିବ, ହେଲେ ଏ କ’ଣ ହେଲା? ଅଳନ୍ଧୁ ସବୁ ଝାଡ଼ିଦେଲା ପରେ ମୋର ଘର ହିଁ ନଥିଲା । ସତେ କ’ଣ ଘର ମୋର କେବଳ ଅଳନ୍ଧୁର ଥିଲା? ସେଇଟା ମୋର ଘର ଥିଲା ଅବା ପଶମର କମ୍ବଳ? ବାଳ ବାଛୁ ବାଛୁ କିଛି ବାକି ରହିଲାନି ଶେଷରେ କମ୍ବଳ ନିର୍ବାଳ ହୋଇଗଲା ! ପ୍ରତି ସକାଳରେ ନିସ୍ପ୍ରଭ ସୂର୍ଯ୍ୟ ନିତି ଆସୁଥିଲା ହେଲେ ସୂର୍ଯ୍ୟର…

ଅଧିକ ପଢ଼ନ୍ତୁ
Surya au agapari nahi - ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ ବହୁତ ବଦଳି ଯାଇଛି, ଜଣା ନାହିଁ, ଆଜି କାଲି କ’ଣ ହୋଇଛି ତା’ର କାହିଁକି ସେ ରାଗରେ ଗରଗର ସବୁବେଳେ କ୍ରୋଦ୍ଧରେ ଜଳୁଛି ! ପ୍ରଭାତରେ ବାଳ ଅରୁଣର ସୌମ୍ୟ ସୁଶୋଭିତ କମନୀୟ କାନ୍ତି ତ ଦିଶୁଛି କିନ୍ତୁ ଛଳନାରେ ଭ୍ରମିତ ହୁଅନି ସାପ ଛୋଟ ହେଲେ ବିଷ ଟାଣ ଅଛି, ଏବେ କାହିଁକି କେଜାଣି ସବୁବେଳେ ସୂର୍ଯ୍ୟ ଖାଲି କ୍ରୋଦ୍ଧରେ ଜଳୁଛି । ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ କୁନି…

ଅଧିକ ପଢ଼ନ୍ତୁ
Tume Hin Janicha

ତୁମେ ହିଁ ଜାଣିଛ

ମୋ ଦୁଃଖ କଷ୍ଟ ପାଇଁ ତୁମକୁ କେବେ ଦାୟୀ କରିବିନି, ମୋ ଦୁଃଖ ଲାଘବ ପାଇଁ ତୁମ ଆଗେ କେବେ ଅଳି କରିବିନି । ତୁମେ ଜାଣିଛ, କ’ଣ କ’ଣ ଲେଖିଛ, କାହିଁକି ଲେଖିଛ କେତେ ଦୁଃଖ, କେତେ ସୁଖ କପାଳରେ ମୋର, ତୁମର ଯେବେ ଯାହା ମନହେବ, ତୁମେ ଯେ କରିବ, କେବେ କାହା କଥା ଶୁଣିଛ ଯେ ଆଜି ମୋ କଥା ମାନିଯିବ? ତୁମେ ଯେ ସବୁକାଳେ ନିଜର ମନମାନି କରିଛ, କରିବ ହୁଏତ…

ଅଧିକ ପଢ଼ନ୍ତୁ
Bigata Anagata

ବିଗତ ଅନାଗତ

ତୁମ ଶବକୁ କୁଣ୍ଢେଇ ଧରି ମଥା ବାଡ଼େଇ କାନ୍ଦିବାକୁ ଭାରି ମନହୁଏ । ମନ କେବେକେବେ ଉଦାସ ଆଖିରେ ଆକାଶକୁ ଚାହିଁରହେ । କେତେବେଳେ ମନେମନେ ହସେ । ତୁମେ କେତେ ଭଲଥିଲ ଅବା କେତେ ଖରାପ ଥିଲ ବୋଲି ଭାବିହୁଏ । କିନ୍ତୁ ଯେତେ ଭାବିହେଲେ କ’ଣ ହେବ, ତୁମେ ଯେ ଚାଲି ଯାଇଛ । ଏ ଜୀବନରେ ତୁମେ ଆଉ କେବେବି ଫେରିବନି, ବରଂ ଦି’ଘଡ଼ି ପରେ, ତୁମର ପଚାଶବରୁ ଦୁର୍ଗନ୍ଧ ଉଠିବା ଆରମ୍ଭ…

ଅଧିକ ପଢ଼ନ୍ତୁ
Chakshu Bandhani

ଚକ୍ଷୁ ବନ୍ଧନୀ

ଏତେ ସବୁ କୁହୁକ କେମିତି ହୁଏ, ତୁମେ ସାଥିରେ ଥିଲେ ସତରେ ସାରା ସଂସାର, ଅଲଗା ଅଲଗା ଲାଗେ ଥୁଣ୍ଟା ଗଛରେ ବି, ଜମୁନାର କଦମ୍ବ ମହକ ଆସେ । ତୁମ ମିଠା ମିଠା ସୁଗନ୍ଧରେ ପବନ, ଚହକି ମହକି ଯାଏ, ଅମା ଅନ୍ଧାର ରାତିରେ ବି, ଚାନ୍ଦିନୀର ମିଠା ପ୍ରହେଳିକା, ଜୋଛନାର ଚାଦରରେ ଢାଙ୍କିଦିଏ ବନ ଉପବନେ ମୂରଲୀର ଝଙ୍କାର ଶୁଭିଯାଏ, ମିଳନର କେଉଁ ଏକ ରାଗ, ସତେ ଅବା କିଏ ଗାଇଯାଏ । ଘୋର…

ଅଧିକ ପଢ଼ନ୍ତୁ