ବିଜୟ ଚୌଧୁରୀ
ବିଜୟ ଚୌଧୁରୀ ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଯଦିଓ ଛାତ୍ର ଜୀବନରୁ ଲେଖାଲେଖି କରୁଥିଲେ ଏବଂ ଶିକ୍ଷକତା ଏକ ନିଶା ଥିଲା, ଅବସର ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ, ବିଭିନ୍ନ ସାହିତ୍ୟ ସଂଗଠନ ସହ ଜଡ଼ିତ ହୋଇ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଉଛି, ୨୦୧୧ ମସିହାରେ ଜିଲ୍ଲା ପୁସ୍ତକ ମେଳାରେ ଶ୍ରେଷ୍ଠ ସ୍ତମ୍ଭକାର ରୂପେ ପ୍ରଶାସନ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଥିଲେ ।
ପ୍ରତିବର୍ଷ ପ୍ରକାଶ ପାଉଥିବା ମଣ୍ଡେଇ ସ୍ମରଣିକାର ସଭ୍ୟ ଓ ୨୦୨୦ରେ ଏହାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି । ୨୦୧୨ ମସିହାରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇ ୨୦୧୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଅନେକ ଅନାଥ ଶିଶୁଙ୍କ ଥଇଥାନ କରିଛନ୍ତି, ଏହା ବ୍ୟତୀତ ଅନେକ ଶିଶୁ ଆଶ୍ରମ ସହ ଏବେବି ଜଡ଼ିତ । ଅନ୍ଧ ବଧିର ବିଦ୍ୟାଳୟ, ତଥା ଭିନ୍ନକ୍ଷମ ପିଲାଙ୍କୁ ସାହାଯ୍ୟ କରି ଆନନ୍ଦ ପ୍ରକାଶ କରନ୍ତି । ଏହାବ୍ୟତୀତ ବିଭିନ୍ନ ମନ୍ଦିରର ସଭ୍ୟ ରୂପେ କାର୍ଯ୍ୟ କରନ୍ତି ।
ନବଜାଗରଣ ସାହିତ୍ୟ ସଂସଦର ସଭାପତି ରୂପେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ନବରଙ୍ଗପୁର ସମ୍ବାଦ ସାହିତ୍ୟ ଘରର ପରାମର୍ଶଦାତା ଏବଂ ନବରଙ୍ଗପୁର ନିଆରା ସାହିତ୍ୟ ଘରର ଆବାହକ। ବିଭିନ୍ନ ସଭା ସମିତିରେ ଯୋଗ ଦେଇ ନିଜର ମତ ପ୍ରକାଶ କରି ସୁନାମ ଅର୍ଜନ କରିଥିବା ବିଜୟ ଚୌଧୁରୀ ଜିଲ୍ଲାରେ ଏକ ପରିଚିତ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍ ।