ଭକ୍ତ ଚରଣ ସୁନାନୀ

ଭକ୍ତ ଚରଣ ସୁନାନୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ସ୍ଥାନ ପାଇବା ସହିତ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି ।

Tuma Pain Kabitie Mun

ତମ ପାଇଁ କବିଟିଏ ମୁଁ

କବି ନୁହେଁ ମୁଁ କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା ଶବ୍ଦ ପରେ ଶବ୍ଦ ଯୋଡ଼ି କାଗଜରେ ଧାଡ଼ି ଧାଡ଼ି ଖଞ୍ଜିଦିଏ ଭାବନା ଓ କଳ୍ପନାର ମଣି ମୁକୁତା । କବି ନୁହେଁ ମୁଁ କିନ୍ତୁ ତମ ପାଇଁ କବି ସାଜି ଲେଖେ କବିତା କିଛି ହସ ଲୁହ ଢାଳି କିଛି ସ୍ମୃତି ସ୍ୱପ୍ନ ତୋଳି ସାଜିଦିଏ ମିଳନ ଓ ବିରହର ନାଲି ଅଳତା । – ଭକ୍ତ ଚରଣ ସୁନାନୀ ଭକ୍ତ ଚରଣ ସୁନାନୀଭକ୍ତ ଚରଣ…

ଅଧିକ ପଢ଼ନ୍ତୁ
Tame Thile Pakhe Sathi

ତମେ ଥିଲେ ପାଖେ ସାଥି

ଦେଖୁଥିଲେ କେବେ ସ୍ୱପ୍ନ ସରିବନି ତମେ ଥିଲେ ପାଖେ ସାଥି ସ୍ୱପ୍ନ ଝରୁଥିବ ଗହନ ନିଦରେ ଦିନ ଲାଗୁଥିବ ରାତି । ହସୁଥିଲେ କେବେ ହସ ସରିବନି ତମେ ଥିଲେ ପାଖେ ସାଥି ମହୁ ଝରୁଥିବ ଶୁଖିଲା ଓଠରେ ଲୁହ ଲାଗୁଥିବ ମୋତି । କହୁଥିଲେ କେବେ କଥା ସରିବନି ତମେ ଥିଲେ ପାଖେ ସାଥି ଖୁସି ଝରୁଥିବ ହୃଦୟ ଦୁଆରେ ଦୁଃଖ ଲାଗୁଥିବ ସ୍ମୃତି । ଚାଲୁଥିଲେ କେବେ ବାଟ ସରିବନି ତମେ ଥିଲେ ପାଖେ ସାଥି ଫୁଲ ଝରୁଥିବ…

ଅଧିକ ପଢ଼ନ୍ତୁ