ଭାଗ୍ୟଶ୍ରୀ ସାହୁ

ଭାଗ୍ୟଶ୍ରୀ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Shakti Swarupini (ଶକ୍ତି ସ୍ୱରୂପିଣୀ) by Bhagyashree Sahoo

ଶକ୍ତି ସ୍ୱରୂପିଣୀ

ହଁ… ମୁଁ ନାରୀ… ହେଲେ ନୁହେଁ ମୁଁ ଅବଳା କି ଦୁର୍ବଳା ମୁଁ ଅଷ୍ଟଭୁଜା… ମହିଷାସୁର ମର୍ଦିନୀ, ମୁଁ ମହାଦୂର୍ଗା… ଦୁର୍ଗତିନାଶିନୀ । ହଁ… ମୁଁ ନାରୀ… ଦେଇପାର ତୁମେ ମୋତେ ଗୋଲାପର କୋମଳତା ଆଖ୍ୟା, ହେଲେ ଭୂଲିବ ନାହିଁ କଣ୍ଟାଧାରେ ମୁଁ କରିପାରେ ନିଜର ସୁରକ୍ଷା… । ଭାବିପାର ତୁମେ ମୋତେ ଚନ୍ଦ୍ରମାର ଶୀତଳତା, ହେଲେ ଭୁଲିବ ନାହିଁ ଭରିଅଛି ମୋ ମଧ୍ୟେ ରବିର ଉଷ୍ମତା…। ହଁ… ମୁଁ ନାରୀ… ହେଲେ ନୁହେଁ ବଗିଚାରେ ଉଡ଼ୁଥିବା…

ଅଧିକ ପଢ଼ନ୍ତୁ
Suasari

ଶୁଆଶାରୀ

ବୁଡ଼ି ଯାଉଥିଲେ ବାରୁଣୀ ଦିଗରେ ପ୍ରଭାକର ରଙ୍ଗ ବିଞ୍ଚି, ଗୋଠ ଫେରୁଥିଲା ଗୋଧୂଳି ଉଡ଼େଇ ନୀଡ଼ ଅଭିମୁଖେ ପଷୀ (୧) ଗଛ ପଚାରିଲା କହଲୋ କସ୍ତୁରୀ ମନ କରୁ କାଇଁ ଉଣା, ନୀରବରେ ବସି ସବୁବେଳେ କାଇଁ ଢାଳୁଅଛୁ ଅଶ୍ରୁଧାରା (୨) ଭାଙ୍ଗିଯାଇଥିଲେ ଗଢ଼େଇ ଦେବି ମୁଁ ହଜିଥିଲେ ଦେବି ଖୋଜି, ନୀରବତା ଭାଙ୍ଗି କହ ଥରେ ଶାରୀ କିସ ଭାଳୁ ବସି ବସି (୩) ସହସ୍ର ବର୍ଷର କୋହ ବେଦନାକୁ ଆଖିବାଟେ ଦେଇ ଢାଳି ଶାରୀ…

ଅଧିକ ପଢ଼ନ୍ତୁ
Niara Prema

ନିଆରା ପ୍ରେମ

୨୦୧୨ ମସିହା ଶୀତ ଦିନରେ କଲେଜରେ ପରୀକ୍ଷା ଚାଲୁଥାଏ । ଡିଷ୍ଟାନ୍ସ କୋର୍ସ ହେଇଥିବାରୁ କ୍ଲାସ ହୁଏନି, ତେଣୁ ବେଶୀ ସାଙ୍ଗସାଥି ବି ନଥାନ୍ତି । ସେଇଠି ତାଙ୍କ ସହ ପ୍ରଥମେ ଦେଖା ହେଇଥିଲା । ପରୀକ୍ଷା ଆଗରୁ ଦେଖା ହଉଥିଲା ଆଉ ଦିଜଣ ଦିଜଣଙ୍କୁ GOOD LUCK କହୁଥିଲୁ ଆଉ ପରୀକ୍ଷା ପରେ ଦେଖାରେ, “କେମିତି ହେଲା?” ବାସ ଏତିକି କଥାରୁ ଏତେ ଲମ୍ବା ଗପର ଆରମ୍ଭ । “Love at first sight” ବାକ୍ୟଟା…

ଅଧିକ ପଢ଼ନ୍ତୁ
Thik o Bhul

ଠିକ୍ ଓ ଭୁଲ

ଚତୁର୍ଥ ଶ୍ରେଣୀରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିଲେ । ମିଶାଣ କରିବାର ଧାରା ସବୁ ବୁଝେଇ ସାରିଲା ପରେ, ଗୋଟିଏ ପିଲାକୁ ପଚାରିଲା, “ଅର୍ଣ୍ଣବ, ଯଦି ମୁଁ ତୁମକୁ ୨ଟି ଓ ୨ଟି ଆମ୍ବ ଦେବି, ତେବେ ତୁମ ପାଖରେ କେତୋଟି ଆମ୍ବ ରହିବ?” ଅର୍ଣ୍ଣବ କ‌ହିଲା, “ସାର୍ ୫ଟି ।” ଶିକ୍ଷକ ପୁଣିଥରେ କ‌‌ହିଲେ, ୨ଟି ଆମ୍ବ ଆଉ ୨ଟି ଆମ୍ବ ଦେଲେ କେତୋଟି ଆମ୍ବ ହେବ?” ଅର୍ଣ୍ଣବ ପୁଣିଥରେ କ‌ହିଲା, “ସାର୍ ୫ଟି ।” ଶିକ୍ଷକ…

ଅଧିକ ପଢ଼ନ୍ତୁ
Tume Gala Pare

ତୁମେ ଗଲା ପରେ

ବଞ୍ଚିକି ପାରିବ, ଶଶାଙ୍କ ବିନା ସରୋବରର ସେ କଇଁ? କେମିତି ବଞ୍ଚିବି ତୁମ‌ବିନା ପ୍ରିୟ ଆଖିରେ ଏ ଲୁହ ନେଇ ।୧। ବସନ୍ତ ମଳୟ, ଶ୍ରାବଣର ବର୍ଷା ଆସିଥିଲ ତୁମେ ସାଜି, ଗଲାବେଳେ କାଇଁ ହୋଇଗଲ ତୁମେ, ରୁକ୍ଷ ନିଦାଘର ଝାଞ୍ଜି ।୨। ଶିଖେଇଲ ତୁମେ ହସିବା ବଢ଼ିବା ଜିତିବାର ସେଇ କଳା, ସଜେଇଲେ କୁନି ଆଖିରେ ମୋହର ଅସୁମାରୀ ସ୍ୱପ୍ନ ଆଶା ।୩। ଜୀବନରେ ଥିଲା କେତେ ଝଡ଼ଝଞ୍ଜା ତୁମ ସାଥେ ଥିଲି ସ‌ହି, ତୁମେ…

ଅଧିକ ପଢ଼ନ୍ତୁ