ବାସନ୍ତୀ ଲତା ଜେନା

ବାସନ୍ତୀ ଲତା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ ମନେ କରନ୍ତି । ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ ସୁଦର୍ଶନ ବିରଜାନ୍ତି ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼ ଦେବତା ବୋଲି କହନ୍ତି । ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ ବିଜେ ମଦନ ମୋହନ ସାରଥୀ…

ଅଧିକ ପଢ଼ନ୍ତୁ
Odia Poem Mo Gaon Mo Utkala Mati (ମୋ ଗାଁ ମୋ ଉତ୍କଳ ମାଟି) by Basantilata Jena

ମୋ ଗାଁ ମୋ ଉତ୍କଳ ମାଟି

ମୋ ଉତ୍କଳ ମାଟି ପୁଣ୍ୟ ତୀର୍ଥ ମୋର ଜନମିଲି ତା’ କୋଳର ମୋ ଗାଆଁର ମାଟି ସବୁଠୁ ସୁନ୍ଦର ସବୁଜିମା ଭରପୂର ।୧। ମୋ ଗାଆଁର ଲୋକ ଭାଇ ଚାରା ନେଇ ଏକାଠି ମେଳି ହୁଅନ୍ତି ପୁନେଇ ପରବ ପାଳନ କରନ୍ତି ଗଣ୍ଡ ଗୋଳ ନ କରନ୍ତି ।୨। ସୁଖରେ ଦୁଃଖରେ ଠିଆ ହୋଇ ଥା’ନ୍ତି ଜଣେ ଜଣଙ୍କ ପାଖର ଭଲ ମନ୍ଦ କଥା ବୁଝିଣ ଥାଆନ୍ତି ଭାବି ନିଜ ପରିବାର ।୩। ଏ ଉତ୍କଳ ମାଟି…

ଅଧିକ ପଢ଼ନ୍ତୁ
Mana Chorabali

ମନ ଚୋରାବାଲି

ଜୀବନ ଅଟଇ ଚୋରା ବାଲି ସମ ଚାଲିବାକୁ ହୁଏ ବହୁତ ବାଟ ଚାଲି ଚାଲି ପାଦ ଥକି ପଡ଼େ ସେତ ଲକ୍ଷ୍ୟହୀନ ସୀମା ଅଦେଖା ବାଟ ॥ କେତେ ଆଶା ସ୍ୱପ୍ନ ପୂର୍ଣ୍ଣ ହୋଇଥାଏ କେତେ ସ୍ୱପ୍ନ ରହେ ଅଧା ପାହାଚ ସ୍ନେହ ପ୍ରେମ ଏଠି ଲୁଚକାଳି ଖେଳ ବନ୍ଧା ପଡ଼ିଯାଏ ସୁନାର କାଚ ॥ ମରୁଦ୍ୟାନ ହୁଏ ପ୍ରୀତିର ଫଗୁଣ ବସନ୍ତ ଝରାଏ ଶୁଷ୍କ ପବନ କୋଇଲି କରେନା କୁହୁ ତାନ ଆଜି କଣ୍ଠ ରୁଦ୍ଧ…

ଅଧିକ ପଢ଼ନ୍ତୁ