ବସନ୍ତ କୁମାର ପ୍ରଧାନ

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Maheswari

ମାହେଶ୍ୱରୀ

ଆସ ମାତ ମାହେଶ୍ୱରୀ ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ, ଆଶ୍ଵିନର ପାର୍ବଣ ତିଥିରେ ଖଣ୍ଡ ଖଣ୍ଡ ଧଳାମେଘ ନୈକା ବିହାରରେ । ବିଲପାଟେ କାଶତଣ୍ଡି ଢାଳଇ ଚାମର, ତବ ନିରାଜନା ପାଇଁ ଶୁଦ୍ଧପୂତେ ମନ୍ତ୍ର ଗାଇ ବହଇ ସମୀର । ଦୁର୍ଗତି ନାଶିନୀ ଦୁର୍ଗା ଦନୁଜ ଦଳିନୀ ନାଶିବାକୁ ଜଗତର ଦୁଃଖ, ସନ୍ତାନ ଦୁର୍ଗତି ଧରା ପୃଷ୍ଠେ ହେଉ ତବ ଶୁଭ ଆଗମନ, ତୁମରି ସେ ପୁଣ୍ୟ ତେଜେ ଉଦ୍ଭାସିତ ହୋଇ ଉଠୁ ନିଖିଳ ଜୀବନ । ତୁମ ପାଦେ ବଳିପଡ଼ୁ ଯେତେ…

ଅଧିକ ପଢ଼ନ୍ତୁ
Sharata

ଶରତ

ବର୍ଷାର ଗଜଲ ଶୁଣି ଶୁଣି ଅନ୍ୟ ମନସ୍କ ଭାବେ ଧରଣୀକୁ ପଶିଆସେ ଶରତ, ଖଣ୍ଡ ଖଣ୍ଡ ଧଳାମେଘ କାଗଜ ଫର୍ଦ୍ଦରେ କାଶତଣ୍ଡି ତୂଳୀକାରେ ଲେଖିଯାଏ ଅବୁଝା ସଙ୍ଗୀତ ଅନେକ ଅନେକ । ଜଳ ସ୍ଥଳ ଆକାଶରେ ଭରିଦିଏ ଶୁଭ୍ରତାର ବିମଳ ଝଲକ ଭଲ ପାଇବାର ଯେତେ ଆକର୍ଷଣ ଉଷ୍ମପ୍ରସ୍ରବଣ ଛୁଇଁ ଛୁଇଁ ଯାଏ ସବୁ ହୃଦୟ ମୂଲକ । ଭୁଲି କେବେ ହୁଏ ନାହିଁ ଶରତର ବିମଳ ରଜନୀ ମାୟା ମୋହ ଆଲେଖ୍ୟର ଋଦ୍ଧିମନ୍ତ ଚାରୁ ଶୋଭାରାଶି, ଅଟେ ଯାହା…

ଅଧିକ ପଢ଼ନ୍ତୁ