ଅଶୋକ କୁମାର ପାଠୀ

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।

Koti Brahmanda Sain

କୋଟି ବ୍ରହ୍ମାଣ୍ଡ ସାଇଁ

କୃପା ବାରିଧି କରୁଣା ନିଧି କୋଟି ବ୍ରହ୍ମାଣ୍ଡ ସାଇଁ ବିଶ୍ୱ କରତା ଜଗତ ପିତା ଜଗତ ନାଥ ତୁହି ॥ ତୁମେ ତ’ ପିତା ତୁମେ ତ’ ମାତା ତୁମେ ଗୁରୁ ଗୋସାଇଁ ତୁମେ ମୋ ବନ୍ଧୁ ତୁମେ ମୋ ସଖା ତୁମେ ପରାଣ ସାଇଁ ॥ ତୁମର ସବୁ ହେ ମହାପ୍ରଭୁ କି ଦେଇ ପାରିବି ମୁହିଁ ପତର ଫୁଲ ଫଳ ଓ ଜଳ ଏ ମଧ୍ୟ ମୋର ନୁହଇ ॥ କେବଳ ତୁମ ନାମ…

ଅଧିକ ପଢ଼ନ୍ତୁ
Ahe Dinabandhu

ଆହେ ଦୀନବନ୍ଧୁ

ଆହେ ଦୀନବନ୍ଧୁ ପ୍ରଭୁ କୃପାସିନ୍ଧୁ କରୁଣା ସାଗର ହରି ଭବ ସାଗରରୁ ପାରିକର ମୋତେ ଦେଇ ତବ କୃପା ତରୀ ॥ ଅନାଥର ନାଥ ଆହେ ଜଗନ୍ନାଥ ପ୍ରଭୁ ନୀଳାଦ୍ରି ବିହାରୀ ମହୋଦଧି ତୀରେ ନୀଳ କନ୍ଦରରେ ଅଛ ପ୍ରଭୁ ବିଜେ କରି ॥ ଜୟ ଆଦିମୂଳ ଭକତ ବତ୍ସଳ ପରମ ବ୍ରହ୍ମ ମୁରାରି ଶ୍ୱେତପଦ୍ମ ଡୋଳା ଦୁଃଖ-ସିନ୍ଧୁ ଭେଳା ସିନ୍ଧୁ-ଜେମା ମନୋହାରୀ ॥ ପତିତପାବନ ପୁର୍ଣ୍ଣ ପରଂବ୍ରହ୍ମ ପତିତ ପାତକ ହାରୀ ତବ ଶ୍ରୀଚରଣ ତାମରସ…

ଅଧିକ ପଢ଼ନ୍ତୁ
Chaka-Akhi

ଚକା ଆଖି

ଚକା ଆଖି ଆହେ ଚକା ଆଖି ଚକା ଆଖି ଆହେ ଚକା ଆଖି ତୁମେ ଥାଉ ହେଲି ନିରିମାଖି ଚକା ଆଖି ଆହେ ଚକା ଆଖି ॥ ବଡ଼ ଦେଉଳରେ ରତନ ବେଦିରେ ପରମ ଆନନ୍ଦେ ଥାଅ ବସି ଆରତ ଡାକିଲେ ଶୁଣ କି ନ ଶୁଣ ରଙ୍ଗ ଅଧରରେ ଦିଅ ହସି କା’ର ଦୁଃଖେ ସୁଖେ କି ଯାଏ ତୁମର ତୁମେ ତ’ ଆପଣେ ମହାସୁଖି ॥ ଷାଠିଏ ପଉଟି ଭୋଗର ସମ୍ଭାରେ ପାରେ ନାହିଁ…

ଅଧିକ ପଢ଼ନ୍ତୁ