ଅନ୍ନପୂର୍ଣ୍ଣା ଧଳ

ଅନ୍ନପୂର୍ଣ୍ଣା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Akasha o Pruthibi (ଆକାଶ ଓ ପୃଥିବୀ) by Annapurna Dhal

ଆକାଶ ଓ ପୃଥିବୀ

ଅନନ୍ତ ଦୂରତା ଦୁହିଙ୍କ ମଧ୍ୟରେ ତଥାପି ନିବିଡ଼ ପ୍ରେମ, ଏତେ ଅତ୍ମୀୟତା କିପରି ସମ୍ଭବ ମନେ ଜାଗିଉଠେ ଭ୍ରମ !! କାହିଁ ସେ ଆକାଶ କେଉଁଠି ପୃଥିବୀ ମଝିରେ ଦୂରତା ଯେତେ, ଅମର ଶାଶ୍ୱତ ପ୍ରେମ ନିକଟରେ ଦୂରତାର ଶକ୍ତି କେତେ? ସାତ ରଙ୍ଗେ ତାକୁ ସଜାଇ ଦେଇଛି ଯେତେବେଳେ ଯାହା ଲୋଡ଼ା, ସବୁଜ ଶାଢ଼ୀକୁ ମୋତି ବିନ୍ଦୁ ଛିଟା ଗଭାକୁ ତା’ କୃଷ୍ଣଚୂଡ଼ା । ମାଗିବ ନାହିଁ ସେ ମୁଁହ ଖୋଲି କେବେ ସେ ତ…

ଅଧିକ ପଢ଼ନ୍ତୁ
Odia Poem Michhei Bou (ମିଛେଇ ବୋଉ) by Annapurna Dhal

ମିଛେଇ ବୋଉ

ଆଜି ମୁଁ ବୁଝୁଚି ତୁ କିଆଁ ମିଛ କହୁଥିଲୁ, ଅଳି କଲେ ଜିଦ୍ଦି କରି ଆଜି ଦେବି କାଲି ଦେବି, ହସି ହସି କହି ଦେଇ, ନିରୋଳରେ କାନ୍ଦୁଥିଲୁ, ମୁଁହକୁ ତୁ ଲୁଚେଇ । ତୋ’ ଭୁଲା କଥାରେ, ମନ ମୋର ଭୁଲିଯାଏ, ଖୋଜୁଥିବା ଜିନିଷକୁ, ସହଜରେ ଦେଉଥିଲୁ ତୁ ଭୁଲେଇ । ମନାକଲେ ମନ ଭାଙ୍ଗେ, ବୁଝିଥିଲୁ ବୋଲି, ମନା ତୁ ନକରି, ସବୁଦିନେ ଦେଉଥିଲୁ ଭଣ୍ଡେଇ । ସନ୍ତାନ ଆଖିରେ ଲୁହ, ଦେଖିବୁନି ବୋଲି,…

ଅଧିକ ପଢ଼ନ୍ତୁ
Sesha Ichchha

ଶେଷ ଇଚ୍ଛା

ରକ୍ତର ନଦୀ ବୁହାଇ ରାଜ୍ୟ ପରେ ରାଜ୍ୟ ଜିଣି ରାଜା ପରି ଦେଖିବାକୁ ତତେ । ମୋର ଯାହା ଶେଷ ଇଚ୍ଛା ଜଣାଇ ଦେଉଛି ତେଣୁ ତତେ ଏଇ ପତରରେ । ତୋ ପାଇଁ ସାଇତିଛି ଧନ ଛୋଟ ଏକ ଦୀପଟିଏ ନାଶିବାକୁ ତମସାକୁ କର୍ତ୍ତବ୍ୟକୁ ତେଲ କରି, ତ୍ୟାଗର ସଳିତା ଦେଇ ତୋ ଦୀପ୍ତ ଶିଖାରେ । କେବେ ତୁ ସକ୍ଷମ ହବୁରେ ଧନ ! ପଢ଼ିବାକୁ ମୋ ମନର ଅକୁହା ଭାଷାକୁ । ସାତ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଜୀବନକୁ ବୁଝିଗଲାପରେ ଜୀଏଇଁବ । ତା’ ସତେ କେଡ଼େ କଷ୍ଟ??? କାହିଁକି ବୁଝେଇଦେଲ? ଜହ୍ନ ରାଇଜରୁ ଚାନ୍ଦ ତୋଳି ଆଣି ହାତେ ଯେବେ ଦଉଥିଲା ମା, କେତେ ଖୁସିଲାଗେ ହଉ ପଛେ ମିଛେ ମିଛେ ଆଜି ବି ବୁଝେଇଦେଲ ଚାନ୍ଦ ତୋଳିବାଟା କେଡ଼େ କଷ୍ଟ । କର୍ତ୍ତବ୍ୟ ଓ ତ୍ୟାଗକୁ ପୁଞ୍ଜିକରି ସମ୍ଭାବନାର ସୌଧ ଗଢ଼ିବାକୁ ଅସାର ନିଶୁଣିରେ ଚଢ଼ି ଚଢ଼ି ଲୁଡୁଗୋଟି ପରି ଶେଷେ ଯଦି, ସାପ ଗିଳିଦିଏ, ସତେ କେଡ଼େ କଷ୍ଟ !! ଦେହେ…

ଅଧିକ ପଢ଼ନ୍ତୁ