You are currently viewing ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ
New Odia e-Magazine Shubhodaya published Under Shubhapallaba Publication

ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ

୨୪ ଅକ୍ଟୋବର ୨୦୨୦: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି ।

ଦୁର୍ଗାପୂଜା ଥିମ୍‌ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟିଏ ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ ପାଇଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ କରୋନାର ସ୍ଥିତିକୁ ମଧ୍ୟ ସ୍ଥାନିତ କରାଯାଇଛି । ଏହି ଇ-ପତ୍ରିକାଟି ଶୁଭପଲ୍ଲବର ଅନ୍‌ଲାଇନ୍ ଷ୍ଟୋରରେ ଉପଲବ୍ଧ ହେଉଛି । ଏଥି ସହିତ ପତ୍ରିକାଟି ସିଧାସଳଖ ପଢ଼ିବା ପାଇଁ ଆପଣ http://bit.ly/Shubhodaya1 ରେ ଦେଖିପାରିବେ ।

ପ୍ରକାଶିତ ଖବର –

  • sambad.in (ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ‘ଶୁଭୋଦୟ’ ଉନ୍ମୋଚିତ) – OriginalArchived
  • BBSR Reporters (ଓଡ଼ିଆ ଭାଷାକୁ ସମୃଦ୍ଧ ପାଇଁ ସଂଗ୍ରାମଙ୍କ ଅଜବ ନିଶା)- OriginalArchived
  • Yugabda News (ଦୁର୍ଗାପୂଜା ଅବସରରେ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ)- OriginalArchived
  • ଜନତା ଖବର (ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ)- OriginalArchived
  • Jit Media (ଦୁର୍ଗାପୂଜା ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ।)- OriginalArchived
Shubhodaya News Published on Dharitri
Shubhodaya News Published on Dharitri
Shubhodaya News Published on Prabha News
Shubhodaya News Published on SuryaPrabha News

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।