ଆଲୋକ ତ୍ରିପାଠୀ

ଆଲୋକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Abishranta Sahara (ଅବିଶ୍ରାନ୍ତ ସହର) by Alok Tripathy

ଅବିଶ୍ରାନ୍ତ ସହର

କ୍ଲାନ୍ତିର ଜ୍ୱାଳାରେ ଆତୁର, ଏ ସହର ଆଜି ଆଉଥରେ ପ୍ରତୀକ୍ଷାରେ ରଜନୀର । ଆକାଶଟା କଳାରଙ୍ଗରେ ରଙ୍ଗେଇ ହେବ ଯେବେ, ଆଉ ରାସ୍ତାଗୁଡ଼ା ବତୁରିଯିବେ ବିଜୁଳିବତୀର ଆଲୁଅରେ, ଆରମ୍ଭ ହେବ ଚାରିଆଡ଼େ ବିଶ୍ରାମର ମହୌତ୍ସବ । ନିଦ୍ରାକୁ ଆଲିଙ୍ଗନ କରି, କେତେ ସ୍ୱପ୍ନ ଏ ସହର ଗଢ଼ିଯିବ । ହେଲେ ବେଳ ଦେଖି, ବାହୁଡ଼ିଯିବ ତନ୍ଦ୍ରା । କଥା ଦେବ ଏ ନୁହଁ ଶେଷ ଦେଖା । ଆସିବ କାଲିକି ସବୁ ବ୍ୟଥା ପୁଣିଥରେ ହରିନେବ ।…

ଅଧିକ ପଢ଼ନ୍ତୁ
Odia Poem Kartabya (କର୍ତ୍ତବ୍ୟ) by Alok Tripathy

କର୍ତ୍ତବ୍ୟ

ଏକ ଅଳସଭରା ବେଳାରେ, ଜହ୍ନ ଯେବେ ଉଙ୍କି ମାରେ ମନର ଆକାଶେ । ଆଉ କେତେଯେ ଯାତରା ଚାଲେ, ଇଚ୍ଛାର ବେଳାଭୂମି ଠାରେ । ହେଲେ କାହୁଁ ମାଡ଼ି ଆସେ ବାସ୍ତବିକତାର ବତାସ, ଆଉ ଉଜାଡ଼ି ଦିଏ ସବୁକିଛି । କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ବି, ଲାଗେ ଭୀଷଣ ବଜ୍ରଧ୍ୱନି, ଧମକ ଦିଏ ସମୟ, ବାକିଥିବା ଦାୟିତ୍ୱର ହିସାବ ମାଗି ପଚାରେ, ଆଉ କେବେ??? ଆଉ କେବେ??? – ଆଲୋକ ତ୍ରିପାଠୀ ଆଲୋକ ତ୍ରିପାଠୀଆଲୋକ…

ଅଧିକ ପଢ଼ନ୍ତୁ