
ସତ୍ୟାଶ୍ରିତେ ଦୁଃଖ ଭାର
ମିଛ ବାରିବାହ ପ୍ରବଳ ଚାପରେ ଭାଙ୍ଗିଲା ସତ୍ୟ ଭୂଧର, ଅତୀତର ସ୍ମୃତି ବାରିଧି ତରଙ୍ଗ ଚିତ୍ତେ ଛାଏ ଅତୀତର । ଧୈର୍ଯ୍ୟର ଅସନ ଉପୁଡ଼ି ମହୀରୁ କକୁଭ ଦିଏ ହଜାଇ, ନୀୟତିର ଏ କି ବିଚିତ୍ର ସ୍ୱଭାବ ସତ୍ୟାଶ୍ରିତ ଭାଲେ ଖାଇ । ଦନୁଜ ଆଚାର ବଡ଼ଭୀ ମାଣିକ୍ୟ ପ୍ରାଚୁର୍ଯ୍ୟର ଲକ୍ଷ୍ମୀ ଭରା, ବୃଜିନ ସ୍ୱଭାବ ପ୍ରଗତିର ନାବ ଦିବସେ ଦେଖାଏ ତାରା । ଜାଣିଛି ପର୍ବତ ଚଢ଼ିବା ମାନବ କଷଣ ସହେ ଅଶେଷ, ଶିଖରୁ ଓହ୍ଲାଳୀ…