ଆଦ୍ୟଶା ପ୍ରିୟଦର୍ଶିନୀ ଦାସ

ଓଁ ନମଃ ଭଗବତେ ବାସୁଦେବାୟ

ଓଁ ନମଃ ଭଗବତେ ବାସୁଦେବାୟ

ସବୁ ଜାଣି ବି ତୁମେ ଅଜଣା, ସବୁ ଶୁଣି ବି, ସବୁ ତୁମ ପାଇଁ ଅଶୁଣା । ତୁମେ ନଥିଲେ ଚାରିଦିଗ ଅନ୍ଧକାରମୟ, ତୁମେ ଥିଲେ ଆଲୋକରେ ପରିପୂର୍ଣ୍ଣ, ମୋ ଘର ଅଗଣା ॥ କେବେ ତୁମେ ଦେଖାଦିଅ, ମନ୍ଦିରର ମୁଖଶାଳା ସାଜି, କେବେ ପୁଣି ଆସ ଅଧା ଲେଖା କାହାଣୀର, ଶେଷ ଅଧ୍ୟାୟ ପ୍ରାୟେ । ଜୀବନ ମୃତ୍ୟୁ ସବୁ ତୁମରି ଦାନ, ହାତ ଧରି କଢ଼ାଇ ନିଅ ବାଟ, ଯେବେ ମଣିଷ ପଥହରା ହୁଏ…

ଅଧିକ ପଢ଼ନ୍ତୁ
ଚିଠି ଆଜି କାନ୍ଦୁଛି

ଚିଠି ଆଜି କାନ୍ଦୁଛି

ବିରହୀ ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ ପୁଣି ଥରେ ସାତ ସାଗର ପାରେ ଯିବାକୁ, ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି । ସତେ ଆସିଗଲା ବାର୍ଦ୍ଧକ୍ୟ ତା’ର, ଆଉ ନାହିଁ କ’ଣ ସେ ଉନ୍ମାଦନା ଚିଠି ଲେଖାରେ, ତା’ର ବାସ୍ନାରୁ କ’ଣ ହଜିଯାଇଛି ପ୍ରେମର ସୁମଧୁର ସୁରଭି, ଭଗ୍ନ ଏକ ସ୍ତୁପ ସାଜି ଚିଠି…

ଅଧିକ ପଢ଼ନ୍ତୁ
ନାରୀ

ନାରୀ

ତୋର ହସ ଯେବେ ଲୁଚିଗଲା, ତୋର ଚିତ୍କାର ଆଢ଼ୁଆଳରେ, ସେଇ ନିର୍ଜନ କାଳ ରାତ୍ରିରେ । ତୋର କ୍ଷତ-ବିକ୍ଷତ ଶରୀର ସାଥେ, ରହିଗଲା କିଛି ଗଭୀର ଛାପ, ତୋ ପବିତ୍ର ଆତ୍ମା ରେ ॥ ତୋର ଲୁହ ଦେଖିଲେ ନାହିଁ କେହି, ଯାହା ବିତିଗଲା ରାତି ସହ, ବଢ଼ି ଚାଲିଥିଲା । କହିଲେ ନାହିଁ ଆହା ପଦେ କେହି, ଆଉ ଏକା ଏକା ତୋତେ, ସହିବାକୁ ପଡ଼ିଥିଲା ॥ ସହି ଗଲୁ ତୁନି ତୁନି ସବୁ ଦୁଃଖ…

ଅଧିକ ପଢ଼ନ୍ତୁ