ପଳାଶ

Odia Poem Palsha (ପଳାଶ) by Sarmistha Malla

ସେ ଅସ୍ପୃଶ୍ୟ, ଅଲୋଡ଼ା
ତଥାପି ଫୁଟେ ପ୍ରତି ଫଗୁଣରେ
ଜୀବନରେ ଟିକିଏ ରଙ୍ଗ ମାଖିବାକୁ ।

ଜାଣେ ସେ ଅଲୋଡ଼ା, ଅସ୍ପୃଶ୍ୟ,
କିନ୍ତୁ ସେ ଫୁଟେ
ନିଜସ୍ୱ ଭଙ୍ଗୀରେ, ନିଜସ୍ୱ ଠାଣୀରେ,
ଖୁବ ଉଲ୍ଲାସରେ
ମାଦକତା ଭରି ଉଛ୍ୱାସରେ,
ସ୍ରଷ୍ଟାଙ୍କ ଇଙ୍ଗିତରେ,
ଭରି ଦେବା ପାଇଁ ରଙ୍ଗ ତାଙ୍କରି ସୃଷ୍ଟିରେ ।

ଜୀବନ ଓ ଯୌବନର ପରିସୀମାର ଉର୍ଦ୍ଧ୍ୱରେ,
ଚିନ୍ମୟ ସତ୍ତାର ପରିପ୍ରକାଶ ପାଇଁ
ଚେତନା ଓ ଚିନ୍ତନ ସବୁଠି ଭରି ଦେବା ପାଇଁ
ଚିନ୍ମୟତ୍ୱର ରଙ୍ଗ ଟିକକ…
ସେହି ଚିନ୍ମୟତ୍ୱର ଭାବନାରେ ହିଁ
ସେ ଆନମନା, ନିମଗ୍ନ ଓ ପରିପୂର୍ଣ୍ଣl ॥

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...