ଆମ ନେତା

Odia Poem Ama Neta (ଆମ ନେତା) by Binay Kumar Das

କାନେକାନେ କହିଥିଲ ମୋତେ
ସବୁ ସୁଖ ଦେଇ ଦେବି ତୋତେ
ସୁଖ କାହିଁ ….ଦୁଃଖ ମୋର ଦ୍ୱିଗୁଣିତ ହେଲା
ଦାନା କନା ମିଳୁନାହିଁ ମୋତେ
ତୁମର ତ ବଢ଼ୁଛି ମହଲା

ଏତେଦିନ ପରେ ଆଜି
ସବୁ ମୁଁ ପାରିଛି ବୁଝି
କଥା ଦେଇ ଯେଉଁ ଜନ ରଖେ ନାହିଁ କଥା
ଆମର ଜନତା କହେ…ସିଏ ଆମ ଅତି ପ୍ରିୟ ନେତା ।

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...