ଶବ୍ଦ ଶିଳାକୁ ରୂପଦିଏ ବସି
ବିରହୀ ଶିଳ୍ପୀ ସାଜି
ଭଗ୍ନ କରନା ଭାବନାକୁ ତୁମେ
ମଗ୍ନ ମୁଁ ନିଦ୍ରା ତେଜି ।
ଅନାମିକା କେଉଁ ତନ୍ଵୀ ରୂପସୀ
କୁଚର ଅନ୍ତିମ ଛୁଆଁ
ଦେବାପରେ ସାଥୀ ବାହୁଡ଼ି ଯିବି ମୁଁ
ସେଇ ବାସ୍ତବ ଗାଁ’ ।
ଯେଉଁଠି ନଥିବ ପ୍ରେମ ପ୍ରତାରଣା
(ଆଉ) ହୃଦୟ ଖଣ୍ଡର ଦାହ
(ଥିବ) ଅଗଣିତ ରାତ୍ରୀ ତନ୍ଦ୍ରା ଜଡ଼ିତ
ପଲକେ ସ୍ୱପ୍ନ ମୋହ ।
ଚୂନା ଚୁନା ଫୁଲ ଫୁଟି ଝରୁଥିବେ
ସଞ୍ଜ ନଇଁଲା ପରେ
ମଳୟୁ ମହୁଲି ବାସ ଝରୁଥିବ
ଋତୁ ଥବ ଅଭିସାରେ ।
ଜୀବନମୃତ୍ୟୁର ସରହଦ ଡେଇଁ
ନିର୍ବାଣ ଫେରୁଥିବ
(ମୋ) ଶବ୍ଦ ଶିଳାର ମାନିନୀ ଓଠରୁ
ପ୍ରୀତି ମଧୁ ଝରୁଥିବ… ॥
– ତପନ ଦୀକ୍ଷିତ
Comments
ତପନ ଦୀକ୍ଷିତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।