ଶୂନ୍ୟତାର କୋଠରୀରେ ବଞ୍ଚି ରୁହେ ମୁହିଁ
ସ୍ଵପ୍ନର ନିଶ୍ଵାସ “ତୁମେ”
ତୁମକୁ ଭଲ ପାଏ ମୁଁ ଏମିତି
ଜହ୍ନ ଜ୍ୟୋତ୍ସ୍ନାରେ ଛାଇ ଚାଲିଥାଏ ଯେମିତି ॥
ଭାବନା ବ୍ୟଥା ରଖିପାରେ ନାହିଁ
ଏଇ ମୋ ଛାତି ତଳେ
ସେଥିପାଇଁ କାଗଜ ଧାଡ଼ିରେ
ଲେଖି ଦିଏ ତୁମ ସ୍ମୃତିରେ ॥
କିଛି ତ ଅଛି ସମ୍ପର୍କ ତୁମର ମୋର
କାହିଁକି ଝଲସି ଉଠେ ତୁମ ଛବି
ମୋ ଆଖିରେ ବାରମ୍ବାର ॥
ଗୋଧୂଳିର ଏହି ଗୋଲାପି ବେଳାରେ
ସ୍ମୃତି ତମ ଖେଳେ ଚାରିଆଡ଼େ
ସପନରେ ତମେ ଆସ ସିନା
କେବେ ଦେଖି ନାହିଁ ବାସ୍ତବରେ ॥
ସଞ୍ଜ ସକାଳେ ସ୍ମୃତି ଚରଣରେ ଜଳୁଅଛି
ପ୍ରେମରୂପୀ “ପ୍ରଦୀପ” ସିଖା
ପ୍ରେମ ତ ସ୍ମୃତି ଅମୃତ
ବିବାହ ନୁହେଁ ପ୍ରେମର ଶେଷ ସୀମାରେଖା ॥
– ପ୍ରଦୀପ କୁମାର ରଣା