ମନେ ପଡ଼େ

Mana Pade

ଆଜି ଜୀବନର ସାୟାହ୍ନରେ ମନେ ପଡ଼େ ସେହି ମୁହୂର୍ତ୍ତ
ଅମୂଲ୍ୟ, ଅଭୂଲା, ଅବିସ୍ମରଣୀୟ
ନିଷ୍ଫଳ ନଥିଲା ପ୍ରଚଷ୍ଟା ସେ ଦିବ୍ୟ ବ୍ୟକ୍ତିତ୍ୱର
ଯାହାଙ୍କ ପାଇଁ ଜୀବନ ଆଜି
ଅବିରତ, ଅଚିନ୍ତ୍ୟ, ଅବଧାରିତ ।

ଥିଲି କେବେ ଏକ ସ୍ଥିର ନିଶ୍ଚଳ ନୀରବ ନଦୀ
ସମୟର ତାଡ଼ନାରେ
ଅଧିର, ଅକାମ୍ୟ, ଅପ୍ରବାହିତ
ଖୋଜୁଥିଲି ଏକ ପାନ୍ଥଶାଳା ହରିବାକୁ ଆଜୀବନ କ୍ଲାନ୍ତି
ଯେଉଁଠାରେ ନଥିବ
ଅଶାନ୍ତି, ଅହଙ୍କାର, ଅନବହିତ
ପାନ୍ଥଶାଳାର ଅବରୁଦ୍ଧ କୋଠରୀରେ ଅମୃତ ବଚନ
ଆହତ ମନକୁ କରିଲା
ସଚେଷ୍ଟ, ସଜୀବ, ସନ୍ନିବେଶିତ ।

ପ୍ରାଣ ଭରି ଜୀବନକୁ ଭଲ ପାଇବାର ପ୍ରେରଣାରେ
ଅଭିମନ୍ତ୍ରିତ ହୃଦୟ ହେଲା
ସିକ୍ତ, ସେଚିତ, ସୁସମାହିତ ।

ଜନ୍ମ ମୃତ୍ୟୁର ଦୋଛକିରେ ଧୁଆଁ ଧୁଆଁ ଲକ୍ଷ୍ୟସ୍ଥଳ
ଲାଗେ ଆଜି
ଶୋଭିତ, ସଂଗଠିତ, ସୁସଜ୍ଜିତ
ଅପୂର୍ଣ୍ଣ ଅବୟବ ମୋର ପୂର୍ଣ୍ଣଗର୍ଭା ନଦୀଟିଏ
ସ୍ପର୍ଶ ପାଇ ପାନ୍ଥଶାଳେ
ସୁରଭିତ, ସନ୍ନିହିତ, ସୁସମ୍ପ୍ରସାରିତ
ଦୂରଦିଗ୍‌ବଳୟୁ ଶୁଭେ ଶୁଭ ସୁମଙ୍ଗଳ ସ୍ୱର
ସାତ ଜନ୍ମ ପାଇଁ ସ୍ୱପ୍ନ
ସଫଳ, ସାକାର, ସୁସମ୍ପାଦିତ ।

– ସୁନୀତା ଶରଣ୍ୟା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...