ଭାରି ମନେ ପଡ଼େ ତୁମେ
ସଞ୍ଜ ନଇଁଗଲା ପରେ
ଭାବେ ବସି ତୁମ କଥା
ଫିକା ଜହ୍ନ ଆଲୁଅରେ ।
ମନେ ପଡ଼େ ଆଜି ସେଇ
ସାଗରର ବେଳା ଭୂଇଁ
କହିଥିଲ ଭଲପାଅ
ଉଛୁଳା ଲହରୀ ଛୁଇଁ
ଭସାମେଘ ପରି ସାଥୀ
ଭାସିଗଲା ତୁମକଥା
ରହିଗଲା ସ୍ମୃତି ହୋଇ
ଏଇ ମୋ ମନରେ ।
ଆଜି ବି ଝରକା ଖୋଲେ
ଜାଣେନା ମୁଁ କାହା ପାଇଁ
ଜାଣେ ତୁମେ ଆସିବନି
ତଥାପି ବି ରହେ ଚାହିଁ
ଆଶାତକ ଆଶାହୋଇ
ମନେ ମୋର ଯାଏ ରହି
ପାଦଥାପି ତୁମେ ଆସ
ସତ ନୁହଁ ସପନରେ ।
– ସରସ୍ୱତୀ ଦାସ