ଦେଖିବାକୁ ତତେ ନନ୍ଦିଘୋଷରେ ଚକାନୟନ
ଅଥୟ ଚଞ୍ଚଳ ଏ ମନ
ହେଇଥାନ୍ତି କି ପକ୍ଷୀଟିଏ ଯାଇଥାନ୍ତି ଉଡ଼ି ଶ୍ରୀକ୍ଷେତ୍ରେ
ଦେଖିବାକୁ ତତେ ଭରି ପ୍ରାଣ ।
ରଥରେ ବିଜେହୋଇ ତୋ’ର ସେ ଖିଲିଖିଲି ହସକୁ
କରିଥାନ୍ତି ମୋ ମନତୁଳସୀ
ତୋର ସେହି ଦରଶନେ ସତେ ମୋ ଶୁଖିଲା ଜୀବନେ
ଭରିଥାନ୍ତା ତୃପ୍ତି କଳସୀ ।
କାଳିଆରେ ତୁ କାହିଁ ବୁଝିବୁ ସେ ଅକୁହା ମନର ବେଦନା
ଅନ୍ତର ତଳର ଆବେଗ
ତୁ ତ ମନଖୁସିରେ ଯାଉ ଭାଇଭଉଣୀ ସାଙ୍ଗେ ହରଷେ
ମାଉସୀଘର ନେବାକୁ ଆନନ୍ଦ ।
ଛାର ଭକତଟେ ମୁଁ ଯେ ତୋହରି ଆତ୍ମାକୁ ମୋ ସମର୍ପେ
ତୋ’ ପାଶେ କରି ଭକ୍ତିର ମାଳ
ହେଲେ ପାରେନି ତତେ ଦେଖି ମରେନି ହୃଦୟର ତୃଷ୍ଣା
ଆହେ ନୀଳ ଶଇଳ !
ନୀଳାଚଳିଆ ମୋ କାଳିଆ ସୁନା କରେ ତୋ’ ପାଖେ
ମୁଁ ଅଳି କରିବାକୁ ତୋ’ ଦରଶନ
ଶୂନ୍ୟ ପଡ଼ିଛି ଏ ହୃଦୟ ବେନି ନୟନ ଢାଳେ ଅଶ୍ରୁଧାର
ସବୁଛାଡ଼ି ଯାଇ ଶ୍ରୀକ୍ଷେତ୍ରରେ ମୋର ମନ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।